Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଭୁ ଡ଼ଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହଙ୍କ ସିଂହାସନ ଆରୋହଣ

by Sanjay Swain
April 21, 2021
in Lifestyle
ପ୍ରଭୁ ଡ଼ଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହଙ୍କ ସିଂହାସନ ଆରୋହଣ
421
VIEWS
Share on FacebookShare on Twitter

ଓଡ଼ଗାଁ(ବାଘୁଆବାର୍ତ୍ତା): ଓଡ଼ଗାଁ ବ୍ଲକ କୋମଣ୍ଡରେ ବିଜେ ଶ୍ରୀ ଶ୍ରୀ ଡଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହଙ୍କ ସିଂହାସନ ଆରୋହଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି ।
ଦୀର୍ଘ ୬୦୦ବର୍ଷରୁ ଉର୍ଦ୍ଧ୍ବ ହେବ ଡଙ୍କନାସନ ନାମରେ ପରିଚିତ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ବିଗ୍ରହରେ ଫେବୃଆରୀ ୧୧ତାରିଖରେ ନିଆଁଲାଗି ପୋଡିଯାଇଥିଲେ ।ଏହାର ପ୍ରତିକାରପାଇଁ ଗ୍ରାମବାସୀ ପୁରୀ ମୁକ୍ତିମଣ୍ଡପର ପରାମର୍ଶ ନେବାପରେ ପଣ୍ଡିତ ମହାସଭା (ବିଧାନକମିଟିର)ବରିଷ୍ଠ ସଭ୍ୟ ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର,ଉଦ୍ୟନାଥ ମହାପାତ୍ର ଓ ନାଗା ବାବାଙ୍କ ଉପସ୍ଥିତି ରେ ଦାରୁ ଚୟନ କରାଯାଇ ମାର୍ଚ୍ଚ ୧ ତାରିଖରେ ଦାରୁ ଛେଦନ କାର୍ଯ୍ୟ ଶେଷ ହୋଇଥିଲା । ପୁରୀରୁ ଆସିଥିବା ସ୍ୱତନ୍ତ୍ର କାରିଗରମାନଙ୍କ ଦ୍ୱାରା ନୂତନ ବିଗ୍ରହଙ୍କ ନିର୍ମାଣ କାର୍ଯ୍ୟ ଚାଲିରହିଥିବା ବେଳେ ୧୮ତାରିଖରୁ ଅଙ୍କୁରାରୋପଣ ଓ ସମସ୍ତ ନିତିକାନ୍ତି ସମ୍ପର୍ଣ୍ଣ ହୋଇଯାଇଥିଲା ।ଆଜି ସକାଳୁ ସମସ୍ତ ନୀତିକାନ୍ତି ସମ୍ପନ୍ନ ସହକାରେ ଏକ ଆଧ୍ୟାତ୍ମିକ ଏବଂ ଧାର୍ମିକ ପରିବେଶ ଅନୁକୂଳ ବାତାବରଣ ମଧ୍ୟରେ ଶ୍ରଦ୍ଧାଳୁଙ୍କ ହୁଳହୁଳି ଏବଂ ଘଣ୍ଟା ଘଣ୍ଟ ମଧ୍ୟରେ ପ୍ରଭୁ ସିଂହାସନରେ ବିରାଜମାନ ହୋଇଥିଲେ ।ନବକଳେବର କମିଟି ,ଗ୍ରାମବାସୀ ଏବଂ ସରପଞ୍ଚ ସୁଶାନ୍ତ ଦଳେଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ଶାନ୍ତି ସହକାରେ ସମାପନ ହୋଇଥିଲା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!