ନୟାଗଡ଼,(ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଲୁଣିସରଠାରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦଶପଲ୍ଲା ଏନଏସି ଅନ୍ତର୍ଗତ ତେନ୍ତୁଳିପାଟଣା ଗ୍ରାମର ଶିଶିର ବେହେରାଙ୍କ ମୃତ୍ୟୁ ଘଟିଛି । ବାଇକରେ ୩ ଜଣ ଯାଉଥିବା ବେଳେ ଏକ ଗଛ ଦେହରେ ଧକ୍କା ହୋଇଥିଲା । ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ନୂଆଗାଁ ପୁଲିସ ପହଞ୍ôଚ ଗାଡ଼ିକୁ ଜବତ କରିବା ସହ ତଦନ୍ତ କରୁଛି ।





