ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ୩ ଜଣ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ବାଲୁଗାଁର ରବିନ୍ଦ୍ର ସ୍ୱାଇଁ, ରଣପୁର ଗୋଳାପୋଖରୀ ଗ୍ରାମର ମାନସୀ ରାଉତରାୟ ଏବଂ ଫତେଗଡ଼ ଥାନା ବାହାଡ଼ା ଗ୍ରାମର ମୀନା ଦଳେଇ ରହିଥିବା ଜଣାଯାଇଛି । ପାରିବାରିକ କଳହକୁ ନେଇ ୩ ଜଣ ଆତ୍ନହତ୍ୟା କରିଥିବା ପୁଲିସ ସୁତ୍ରରୁ ସୂଚନା ମିଳିଛି ।






