Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧି

by ସଞ୍ଜୟ ସ୍ୱାଇଁ
April 20, 2021
in Feature News
‘ଜନତା କର୍ଫ୍ୟୁ’କୁ ଅରୁଣଙ୍କ ସମର୍ଥନ, ଘରୁ ନବାହାରିବାକୁ ଅନୁରୋଧ
91
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମାଟିର ସମୃଦ୍ଧିରେ ଉତ୍ପାଦନ ବୃଦ୍ଧି । ମାଟି ସୁସ୍ଥ ଓ ସମୃଦ୍ଧ ରହିଲେ ହିଁ କୃଷି ଉତ୍ପାଦନ ବଢ଼ିପାରିବ । ତେଣୁ ମୃତ୍ତିକାକୁ ସଂରକ୍ଷିତ ରଖିବା ଦିଗରେ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ । ଉଭୟ ଜଳ ଏବଂ ମୃତ୍ତିକା କୃଷି କାର୍ଯ୍ୟର ପ୍ରମୁଖ ଉପାଦାନ ହୋଇଥିବାରୁ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ନିର୍ଦ୍ଦେଶାଳୟର ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ପୂର୍ବାହ୍ନରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକାର ସଂପ୍ରସାରଣ ଅଧିକାରୀ, ଓଭରସିଅର ଓ ଅନ୍ୟ ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଦ୍ରୁତ ଶିଳ୍ପାୟନ, ସହରୀକରଣ ଆଦି କାରଣରୁ ଚାଷ ଜମି କମୁଥିବା ସତ୍ତେ୍ୱ ମୃତ୍ତିକାର ଉତ୍ତମ ପରିଚାଳନା, ଉନ୍ନତ ବିହନ ଓ କୃଷି ପଦ୍ଧତିର ବ୍ୟବହାର ଦ୍ୱାରା କୃଷି ଉତ୍ପାଦନ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ରାଜ୍ୟ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର କବଳିତ ହେବା ସତ୍ତେ୍ୱ ରାଜ୍ୟରେ ପ୍ରତିବର୍ଷ ରେକର୍ଡ ପରିମାଣର ଧାନ ଉତ୍ପାଦନ ହେଉଛି । କୃଷି କାର୍ଯ୍ୟରେ ଉତ୍କର୍ଷ ହାସଲ ଯୋଗୁ ରାଜ୍ୟ ଅନେକ ଥର କୃଷି କର୍ମଣ ପୁରସ୍କାର ପାଇବା ସହିତ ମୃତ୍ତିକା ସଂରକ୍ଷଣ ବିଭାଗ ଦୁଇଟି ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡ ପାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ପକ୍ଷରୁ ୫ ବର୍ଷରେ ୫ ଲକ୍ଷ ଫାର୍ମ ପଣ୍ଡ ଖନନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ମୋ ପୋଖରୀ ଖନନ କରି ଜଳସେଚନର ସୁଯୋଗ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଡ. ସାହୁ
କହିଥିଲେ । ଅସଂପୂର୍ଣ୍ଣ ଫାର୍ମ ପଣ୍ଡଗୁଡ଼ିକର ଖନନ କାର୍ଯ୍ୟକୁ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେଉଁସବୁ ଜିଲ୍ଲାଗୁଡ଼ିକରେ ଫାର୍ମପଣ୍ଡ ଖନନ କାର୍ଯ୍ୟ ଆଶାନୁରୂପ ହୋଇନାହିଁ ସେଠାରେ ସଂପୃକ୍ତ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ନିର୍ଦ୍ଦେଶାଳୟ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଏହାର ଫଟୋଚିତ୍ର ଓ ଭିଡ଼ିଓଗ୍ରାଫି କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟର ସଫଳ କାହାଣୀର ସାମାଜିକ ଗଣମାଧ୍ୟମରେ ପ୍ରସାର ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଜଳବାୟୁରେ ପରିବର୍ତ୍ତନ ହେତୁ ସମନ୍ୱିତ କୃଷି କାର୍ଯ୍ୟ ଦ୍ୱାରା ହିଁ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ ଏବଂ କୃଷିର ସାମଗ୍ରିକ ବିକାଶ ସମ୍ଭବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ବିଭାଗ ଦ୍ୱାରା କରାଯାଉଥିବା ଜଳ ବିଭାଜିକା ପ୍ରକଳ୍ପଗୁଡ଼ିକ ନିର୍ମାଣ କାର୍ଯ୍ୟ ଠିକ୍‌ ଭାବରେ ଓ ଠିକ୍‌ ସମୟରେ କରିବା ପାଇଁ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ମନ୍ତ୍ରୀ ଡ. ସାହୁ ମୃତ୍ତିକା ପରୀକ୍ଷଣ ଓ ବାୟୋଫର୍ଟିଲାଇଜର ଏବଂ ଭର୍ମିକମ୍ପୋଷ୍ଟର ମାନ ପରୀକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ଲକ୍‌ସ୍ତରୀୟ କାର୍ଯ୍ୟରତ କୃଷି ଓ ଆନୁଷଙ୍ଗିକ କୃଷି ବିଭାଗର ଅଧିକାରୀମାନେ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସମନ୍ୱିତ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଭାଗର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକରେ ୫-‘ଟି’କୁ କଡ଼ାକଡ଼ି ଭାବରେ ଆନୁପାଳନ କରି ଯୋଜନାର ଲାଭ କୃଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଭାଗନେଇ ଉପଲବ୍ଧ ସମ୍ବଳର ଶତପ୍ରତିଶତ ବିନିଯୋଗ ନିମନ୍ତେ କହିଥିଲେ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ମତ୍ସ୍ୟ ନିର୍ଦ୍ଦେଶକଙ୍କ ସହ ସମନ୍ୱୟ ରକ୍ଷା କରି ଫାର୍ମପଣ୍ଡଗୁଡ଼ିକ ଜଳସେଚନ ସହିତ ମାଛଚାଷ ନିମନ୍ତେ ଥିବା ସୁଯୋଗର ପୂର୍ଣ୍ଣ ବିନିଯୋଗ ପାଇଁ କହିଥିଲେ ।
ବୈଠକରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!