ନୟାଗଡ଼, (ବାଘୁଆବାର୍ତ୍ତା): କାଲି ଠୁ ବନ୍ଦ ହେବ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ । ଏନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ସୂଚନାନୁସାରେ, ଦିନ କୁ ଦିନ ମହାମାରୀ କାରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ କଟକ ମହାନଗର ନିଗମ ବଡ଼ ନିଷ୍ପତ୍ତି ନେଇଛି । ଆସନ୍ତା କାଲି ଠାରୁ କଟକ ଜିଲ୍ଲାରେ ଥିବା ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିବା ସୂଚନା ମିଳିଛି ।





