ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହିଳା କନେଷ୍ଟବଳଙ୍କ ବିଷ ଖାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ଦରେଲି ଉଜ୍ଜତନଗର ଥାନାରେ ମୃତୟନ ମହିଳା ପୁଲିସ୍ କନେଷ୍ଟବଳ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମିଳିବା କ୍ଷଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟାରେ ପରିବାର ଲୋକଙ୍କ ଅବସ୍ଥା ଦୁଃଖରେ ଦୟନୀୟ ହୋଇ ପଡ଼ିଛି । ଏହାସହ ପୁଲିସ୍ ବିଭାଗରେ ମଧ୍ୟ ଆତଙ୍କ ଖେଳି ଯାଇଛି । ମହିଳା କନେଷ୍ଟବଳ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ, ଏହାର ଖୁଲାସା ଏବେ ସୁଦ୍ଧା ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି କି ପ୍ରେମ ପ୍ରସଙ୍ଗରେ ନିରାଶା ହୋଇ ସେ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି । ସେପଟେ ଏହାକୁ ନେଇ ପୁଲିସ ତଦନ୍ତ ଚଳାଇଛି । ୨୨ବର୍ଷିୟା ମୃତକା ମୂଳତଃ ଅମରୋହାର ବଛରାୟୁଁ ଥାନା ଅଞ୍ଚଳ ସ୍ଥି ଫତେବା ଗାଁର ରହୁଥିଲେ ଏବଂ ୨୦୧୮ ବ୍ୟାଚ୍ର ପୁଲିସ କନେଷ୍ଟବଳ ଥିଲେ । ଟ୍ରେନିଂ ପରେ ତାଙ୍କର ପ୍ରଥମ ପୋଷ୍ଟିଂ ବରେଲୀ ଥାନା ଇଜ୍ଜତ ନଗରରେ ହୋଇଥିଲା । ଦୁଇ ଦିନ ପରେ ତାଙ୍କର ଡ୍ୟୁଟି ବଦାୟୁରେ ପଞ୍ଚାୟତ ନିର୍ବାଚନରେ ହୋଇଥିଲା । ଶନିବାର ଦ୍ୱିପ୍ରହରରେ ଯେବେ ସେ ଡ୍ୟୁଟିରେ ବଦାୟୁଁ ଯିବା ପାଇଁ ବସ୍ରେ ଚଢ଼ିଲେ, କିଛି ଦୂର ଯିବାପରେ ସେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କହି ବସ୍ରୁ ଓହ୍ଲାଇ ଘରକୁ ଫେରିଲେ । ତାଙ୍କ ସାଥିରେ ରହୁଥିବା ଭଉଣୀ ବିଳମ୍ବିତ ରାତିରେ ସେ ବାନ୍ତି କରୁଥିବାର ଦେଖି ପୁଲିସ୍କୁ ଖବର ଦେଇଥିଳେ । ଇଜ୍ଜତନଗର ଥାନାର ପୁଲିସ୍ ଟିମ୍ କନେଷ୍ଟବଳଙ୍କ ଘରକୁ ଆସି ତାଙ୍କୁ ଘରୋଇ ହସ୍ପିଟାଳକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।





