ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରବ୍ଲକ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଇଂ ସୈାମ୍ୟ ରଞ୍ଜନ ପ୍ରଧାନଙ୍କ ତାଙ୍କର ପଦବୀ ହରାଇଛନ୍ତି। ପଞ୍ଚାୟତର ୧୫ରୁ ୧୫ ୱାର୍ଡ଼ ସଭ୍ୟ ତାଙ୍କ ବିରୁଦ୍ଧରେ ମତଦାନ କରିଛନ୍ତି । ଲକ୍ଷ୍ମୀପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ଏହି ଅନସ୍ଥା ଗ୍ରହଣ କରାଯାଇଥିଲା। ଗତମାସ ୨ ତାରିଖରେ ୱାର୍ଡ଼ ସଭ୍ୟମାନେ ନୟାଗଡ଼ ବିଡିଓଙ୍କୁ ସରପଞ୍ଚ କାରସାଦି ସମ୍ପର୍କରେ ଅବଗତ କରାଇଥିଲେ । ସୈାମ୍ୟ ପଞ୍ଚାୟତରେ ମନମୁଖ୍ୟ କାର୍ୟ୍ୟ କରୁଥିବା ଅଭିଯୋଗ କରିଥିଲେ । ଜେଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାମର କାର୍ୟ୍ୟଦେଶ ରହିଥିବା ବେଳେ ସରପଞ୍ଚ ବିଡିଓଙ୍କୁ ବିଲ୍ ମାଗିବା, କମ ଟଙ୍କାର କାମ କରି ଅଧିକ ଅର୍ଥ ବିଲ୍ କରିବା ପାଇଁ ଜେଇଙ୍କୁ ବାଧ୍ୟ କରିବା ଭଳି ଅଭିଯୋଗ ହୋଇଥିଲା । ଏପରିକି ସପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଯନ୍ତ୍ରୀଙ୍କ ବିରୁଦ୍ଧରେ ରାଗ ଶୁଝାଇବାକୁ ବ୍ୟକ୍ତିଗତ ତଥ୍ୟ ପାଇଁ ସୂଚନା ଅଧିକାର ଆଇନର ଆଶ୍ରୟ ନେବା କଥା ୱାର୍ଡ଼ ସଭ୍ୟମାନେ ଅଭିଯୋଗ କରିଥିଲେ । ଗତ ୨୬ ତାରିଖରେ ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡ଼ ସଭ୍ୟ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ସରପଞ୍ଚଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ସରପଞ୍ଚ ସୈାମ୍ୟଙ୍କ ପାଖକୁ ନୋଟିସ କରାଯାଇଛି । ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ ଧାରା ୨୪ ଅନୁସାରେ, ଉକ୍ତ ଅନାସ୍ଥା ପ୍ରସ୍ତାବ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ବୈଠକ ଆଜି ମତଦାନ କରାଯାଇଥିଲା ।





