Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଭିନ୍ନ ଯୋଜନା ଚାଷୀମାନଙ୍କ ଅବଗତି ନିମନ୍ତେ େୱବ୍‌ସାଇଟ୍‌ ଓ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ ହେବା ଆବଶ୍ୟକ

by ସଞ୍ଜୟ ସ୍ୱାଇଁ
April 19, 2021
in Feature News
‘ଜନତା କର୍ଫ୍ୟୁ’କୁ ଅରୁଣଙ୍କ ସମର୍ଥନ, ଘରୁ ନବାହାରିବାକୁ ଅନୁରୋଧ
143
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା):ଚାଷ କାର୍ଯ୍ୟ ସମୟକୁ ଅପେକ୍ଷା କରେ ନାହିଁ । ତେଣୁ କୃଷି କାର୍ଯ୍ୟ ନିମନ୍ତେ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି କୃଷି ବିଭାଗର ସମସ୍ତ ସ୍କିମ୍‌ ଅଧିକାରୀଙ୍କ ସହିତ ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ଯୋଗଦେଇ ବିଭିନ୍ନ ଯୋଜନା ବାବଦୀୟ ଖର୍ଚ୍ଚରେ ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ଯୋଜନା କାର୍ଯ୍ୟକାରିତାର ଆଗୁଆ ପଦକ୍ଷେପ, ଠିକ୍‌ ସମୟରେ ବିଭିନ୍ନ କୃଷି ସାମଗ୍ରୀର ବିତରଣ ଓ ଯୋଜନା କାର୍ଯ୍ୟକାରୀ କରିବା ସମୟ ସଠିକ୍‌ ଉପାୟ ଓ ସ୍ୱଚ୍ଛତା ଅବଲମ୍ବନ ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ ବିଜିଆର୍‌ଇଆଇ, ଏନ୍‌ଏଫ୍‌ଏସ୍‌ଏମ୍‌ (ଡାଲି, ତୈଳବୀଜ, ମୋଟା ଶସ୍ୟ, ପୁଷ୍ଟି ଶସ୍ୟ, ପିକେଭିୱାଇ, କପା, କୃଷି ଯାନ୍ତ୍ରିକୀକରଣ ଆଦି ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା । । ରାଜ୍ୟରେ ଫସଲର ବିିବିଧିକରଣ ଓ ତୈଳବୀଜ ଚାଷର ପ୍ରସାର ନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଚଳିତ ଖରିଫ୍‌ ଋତୁରେ କିପରି ଚିନାବାଦାମ ବିହନ ଉତ୍ପାଦନ ବୃଦ୍ଧି କରିହେବ ସେ ସଂପର୍କରେ ପ୍ରସ୍ତାବ ଦେବା ପାଇଁ କହିଥିଲେ । ବିଭିନ୍ନ ଯୋଜନାର ବାର୍ଷିକ କାର୍ଯ୍ୟକ୍ରମ ଓ କାର୍ଯ୍ୟାନ୍ୱୟନର ସଫଳ କାହାଣୀକୁ ରାଜ୍ୟର ଚାଷୀଭାଇମାନଙ୍କ ଅବଗତି ନିମନ୍ତେ ସାମାଜିକ ଗଣମାଧ୍ୟମରେ ଚାର୍ଟ ମେସେଜ ଓ ଭିଡ଼ିଓ ମାଧ୍ୟମରେ ପ୍ରଚାର କରିବା ପାଇଁ କହିଥିଲେ । ଯୋଜନା ପ୍ରସ୍ତୁତ ସହିତ ଏହାର ସଫଳ ରୂପାୟନ ଦ୍ୱାରା କୃଷି ଓ କୃଷକର ଉନ୍ନତି ହୋଇପାରିବ ଏବଂ କୃଷକର ଆୟ ବହୁଗୁଣିତ ହୋଇପାରିବ । କୃଷି ଯୋଜନା ପ୍ରସ୍ତୁତ ସମୟରେ ଫସଲର ବିବିଧିକରଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ । ପିକେଭିୱାଇ କାର୍ଯ୍ୟକ୍ରମରେ ଓଡ଼ିଶାର ୭୫୦ ମେଟି୍ରକ୍‌ ଟନ୍‌ ଜୈବିକ ସୁବାସିତ ଚାଉଳ ଇରାନ ଓ ୟୁନାଇଟେଡ୍‌ ଆରବ ଏମିରଟସ୍‌କୁ ରପ୍ତାନୀ ହୋଇଥିବା କଥା ଉଲ୍ଲେଖ କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ସଫଳ କାହାଣୀର ଉପଯୁକ୍ତ ପ୍ରଚାରପ୍ରସାର ଫଳରେ ଚାଷୀମାନେ ଅଧିକ ଉତ୍ସାହିତ ହେବେ । ଏଥି ସହିତ ଯୋଜନା ପ୍ରସ୍ତୁତ ସମୟରେ ଅର୍ଗାନିକ୍‌ କୃଷି କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ ।
ରାଜ୍ୟରେ ଜଳନିଧି ଏବଂ ସୌର ଜଳନିଧି ଯୋଜନାର ଅଗ୍ରଗତି ଓ ଏହାକୁ ଅଧିକ ଫଳପ୍ରଦ କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ କରିବା ପାଇଁ ମନ୍ତ୍ରୀ କହିଥିଲେ । ଏଥି ସହିତ ମନ୍ତ୍ରୀ ଡ. ସାହୁ ଓଡ଼ିଶା ନିମନ୍ତେ ଏକ କୃଷି କ୍ୟାଲେଣ୍ଡର ପ୍ରସ୍‌ୁତ ଓ ବିଭିନ୍ନ କୃଷି କାର୍ଯ୍ୟସୂଚୀର ଖସଡ଼ା ପ୍ରସ୍ତୁତ କରିବା ସହିତ ଗଣମାଧ୍ୟମ ଜରିଆରେ ଏହାର ବହୁଳ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କୃଷକମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ଭର୍ଚୁଆଲ ବୈଠକ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ ରାଜ୍ୟରେ କିପରି ସମନ୍ୱିତ କୃଷିର ପ୍ରଚାରପ୍ରସାର ହେବ ସେଥିପାଇଁ ରାଜ୍ୟର କେତୋଟି ଜିଲ୍ଲାର କୃଷି ଫାର୍ମମାନଙ୍କ ସମନ୍ୱିତ କୃଷିର ମଡେଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଡ. ସାହୁ କହିବା ସହିତ ଏହି ଫାର୍ମମାନଙ୍କରେ ଥିବା ସମନ୍ୱିତ କୃଷି ମଡେଲ୍‌କୁ ରାଜ୍ୟର ବିଭିନ୍ନ ଚାଷୀମାନେ ପରିଭ୍ରମଣ ଯୋଜନା ଦ୍ୱାରା ସମନ୍ୱିତ କୃଷି ଦେଖିକରି ଶିଖିବା କାର୍ଯ୍ୟକ୍ରମ କରାଯିବ । ସେହି ଫାର୍ମଗୁଡ଼ିକରେ ଚାଷୀମାନଙ୍କୁ ସମନ୍ୱିତ କୃଷି ଉପରେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ । ଏହି ଯୋଜନାରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପ୍ରଣୀସଂପଦ ବିକାଶ ଓ ମୃତ୍ତିକା ସଂରକ୍ଷଣ ଆଦି ବିଭାଗଗୁଡ଼ିକ ଭାଗନେବେ । ରାଜ୍ୟ ସଦର ମହକୁମାରେ ଅବସ୍ଥାପିତ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ସହିତ ଜିଲ୍ଲା ଓ ତୃଣମୂଳ ସ୍ତରର ଅଧିକାରୀମାନଙ୍କ ସହିତ ନିୟମିତ ସମନ୍ୱୟ ରକ୍ଷା କରି ଯୋଜନାଗୁଡ଼ିକର ସଫଳ ରୂପାୟନ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଲେ ଯେ ଚଳିତ ବର୍ଷ କେନ୍ଦ୍ର ଅନୁଦାନ ଜୁଲାଇ ମାସ ସୁଦ୍ଧା ପହଞ୍ଚିଯିବ । ତେଣୁ ଯୋଜନା ଅଧିକାରୀମାନେ ଆଗୁଆ ପଦକ୍ଷେପ ନେଇ ଚଳିତ ବର୍ଷର ଆକ୍ସନ୍‌ ପ୍ଲାନ୍‌ ଅନୁସାରେ କାର୍ଯ୍ୟ କଲେ ଯୋଜନା ଠିକ୍‌ ଭାବରେ ରୂପାୟନ ହୋଇପାରିବ । ବୈଠକରେ କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର ସମସ୍ତ ଯୋଜନା ଅଧିକାରୀମାନଙ୍କୁ ସେମାନଙ୍କର ଚଳିତ ବର୍ଷର କାର୍ଯ୍ୟଖସଡ଼ା ଅପ୍ରେଲ ୨୩ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଖର୍ଚ୍ଚ ହୋଇପାରିନଥିବା ଯୋଜନାର ଅର୍ଥକୁ ଚଳିତ ମାସ ଶେଷ ସୁଦ୍ଧା ଖର୍ଚ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାରଙ୍କ ସମେତ ସମସ୍ତ ସ୍କିମ୍‌ ଅଧିକାରୀଓ ଯୁଗ୍ମ ନିର୍ଦ୍ଦେଶକମାନେ ଯୋଗଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!