ନୟାଗଡ଼, (ବାଘୁଆବାର୍ତ୍ତା): ଉତ୍ତରାଖଣ୍ଡ କୁମ୍ଭମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଜନସମାଗମରେ ମହାମାରୀ କରୋନା ପ୍ରବେଶ କରିଛି । କୁମ୍ଭମେଳାରୁ ଯେଉଁ ଶ୍ରଦ୍ଧାଳୁମାନେ ନିଜ ନିଜ ରାଜ୍ୟକୁ ବା ଜିଲ୍ଲାକୁ ଫେରିଛନ୍ତି ସେହି ଠାରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୁମ୍ଭମେଳାରୁ ଫେରିଥିବା ସମସ୍ତ ଶ୍ରଦ୍ଧାଳୁଙ୍କ କୋଭିଡ୍ ଟେଷ୍ଟ କରିବା ପାଇଁ ସୂଚନା ଦେଇଛନ୍ତି ।





