ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଷ୍ଟ୍ରେନ୍ । ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ଦ୍ଧିତ ସଂକ୍ରମଣ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଲାଣି । ସେପଟେ ଦେଶରେ ପୂର୍ବବତ୍ ଲକଡାଉନ୍ ଲାଗୁ ଆଶଙ୍କା କରି ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । କରୋନାର ଦ୍ୱିତୀୟ ଲହର ଅଧିକ ଭୟାନକ ସାବ୍ୟସ୍ତ ହୋଇଛି । ଏହି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ଗୁଡ଼ିକ ଏକ ସହ ମିଶି ଲଢ଼ିବାକୁ ପଡ଼ିବ । ଯଦି ରାଜ୍ୟମାନେ ଚାହିଁବେ ତେବେ ଲକଡାଉନ ଲାଗୁ କରିପାରିବେ । ଦେଶରେ ରେମଡେସିଭିର ଏବଂ ଅକ୍ସିଜନର ଅଭାବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ସ୍ଥିତି ସମୀକ୍ଷା କରୁଛନ୍ତି ।





