ନୟାଗଡ଼, (ବାଘୁଆବାର୍ତ୍ତା): କରୋନା କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପାନ ଦୋକାନରୁ ଡାଲି ଚାଉଳ ଦୋକାନ, ସପିଂ ମଲ୍ଲରୁ ଓମ୍ଫେଡ୍ ପାର୍ଲର, ରେଳଷ୍ଟେସନରୁ ବିଭିନ୍ନ ସରକାରୀ ଅଫିସ୍ ଯାଏ, ସବୁଠି ଏବେ ଲକ୍ଷ୍ମଣରେଖା । ଆଉ ଏ ରେଖାକୁ ଖାତିର ନକଲେ ସଉଦା ବିକ୍ରି ନାହିଁ ବୋଲି ଦୋକାନୀମାନେ ରୋକଠୋକ ମନା କଲେଣି । କରୋନାର ଦ୍ୱିତୀୟ ଲହରୀ ପୁଣି ଥରେ ରାଜଧାନୀବାସୀଙ୍କୁ ଭୟଭୀତ କରି ରଖିଛି । ତଥାପି ଅଧିକାଂଶ ମାର୍କେଟ, ବଜାର ସପିଂ ମଲ ଆଦିରେ ସାମାଜିକ ଦୂରତା ରହୁ ନଥିବା ଦେଖିବାକୁ ମିଳିଛି ।
ଦୋକାନ, ବଜାର, ବିମାନ ବନ୍ଦର, ସରକାରୀ କାର୍ଯ୍ୟାଳୟ ଆଦିରେ ଟଣା ହେଉଛି ସାମାଜିକ ଦୂରତା ରେଖା । ଭୁବନେଶ୍ୱର ରେଳଷ୍ଟେସନ୍ ସମେତ ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା । ଷ୍ଟେସନର ଓ ଉଭୟ ପ୍ରବେଶ ଓ ପ୍ରସ୍ଥାନ ପଥରେ ଗୋଲ ବୁଲାଯାଉଛି ସତ କିନ୍ତୁ କେହି ଏହାକୁ ମାନୁ ନାହାନ୍ତି । ଦୋକାନ ଆଗରେ ବୁଲା ଯାଇଥିବା ଗୋଲେଇରେ ନ ଆସିଲେ, ସଉଦା ମିଳିବନି । ଜଣେ ଅନ୍ୟଜଣଙ୍କ ଠାରୁ ଅତିକମ୍ରେ ୨ ମିଟର ଦୂରତ୍ୱ ରଖିବାକୁ କୁହାଯାଉଛି । ହେଲେ ବିଭିନ୍ନ ଦୋକାନ ବଜାର ଅମାନିଆ ମାନେ ଖାତିର କରୁନାହାନ୍ତି । ଦୀର୍ଘଦିନର ବିରାମ ପରେ ପୁଣି ଥରେ ରାତିକର୍ଫ୍ୟୁ ବି ଫେରିଛି । ତଥାପି ନୟାଗଡ଼ ଜିଲ୍ଲା ସମେତ ଅନେକ ଜିଲ୍ଲାରେ ଏଭଳି ନିୟମକୁ ମାନୁ ନାହାନ୍ତି ବ୍ୟବସାୟୀ ମାନେ । ଯାହାଦ୍ୱାରାକି କରୋନାର ସଂକ୍ରମିତ ଅଧିକ ହେବାର ଆଂଶକା ରହିଛି ।





