Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦ ତରଫରୁ “ମନ୍ଦାକିନୀ ତୀରେ” ମୁଖପତ୍ର ଉନ୍ମୋଚିତ ଓ ସମ୍ବର୍ଦ୍ଧନା ସଭା

by Sanjay Swain
April 18, 2021
in Nayagarh
ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦ ତରଫରୁ “ମନ୍ଦାକିନୀ ତୀରେ” ମୁଖପତ୍ର ଉନ୍ମୋଚିତ ଓ ସମ୍ବର୍ଦ୍ଧନା ସଭା
231
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା): : ନୟାଗଡ ଜିଲ୍ଲା ରଣପୁର ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ରଣପୁରର ପ୍ରସିଦ୍ଧ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ ପତ୍ର ‘ମନ୍ଦାକିନୀ ତୀରେ’ ର ଉନ୍ମୋଚନ ତଥା ସମ୍ବର୍ଦ୍ଧନା ସଭା ରାଜ୍ୟ ସ୍ତରୀୟ ସାରସ୍ୱତ ସାଧକଙ୍କ ଗହଣରେ କୋଭିଡ-୧୯ ର ନିୟମ ପରିପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଅଛି |

ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ସୋପାନରେ କବି କବାୟତ୍ରୀମାନଙ୍କର କବିତା ପାଠୋତ୍ସବ ଡଃ କଳ୍ପନା ରଥଙ୍କ ଅଧକ୍ଷତା କ୍ରମେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀ ତାରା ପ୍ରସାଦ ଜେନା ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା |

ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ଅବସରପ୍ରାପ୍ତ ପ୍ରlଧ୍ୟାପକ ବିଜୟ କୁମାର ଜେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମିର ନୟାଗଡ ସଦସ୍ୟ ଅଶୋକ କୁମାର ନାୟକ, ଡ଼ଃ ସତ୍ୟନାରାୟଣ ମିଶ୍ର, ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମିଶ୍ର, ସମାଜସେବୀ ରାଜକିଶୋର ପଟ୍ଟନାୟକ, ଇଂ ଦୟାନିଧି ରାୟପୁର, ନୟାଗଡ ସାହିତ୍ୟ ସଂସଦର ସମ୍ପାଦକ ଶେଖ ଅବଦୁଲ ଖାଲିକ ପ୍ରମୁଖ ଯୋଗ ଦେଇଥିଲେ l ସାହିତ୍ୟ ମଣିଷ ଜୀବନର ପ୍ରାଣ ଓ ପ୍ରାଚୁର୍ଯ୍ୟ, ଯାହାର ସୁରକ୍ଷା ସମସ୍ତଙ୍କର କର୍ତ୍ତବ୍ୟ ଏହି ଭାବନା ଉପରେ ଅତିଥିଗଣ ମତ ଉପସ୍ଥାପନ କରିଥିଲେ | ସମ୍ପାଦକ ନବକିଶୋର ସାମନ୍ତରାୟ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ, ଶିକ୍ଷକ ତପନ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସହ ସଂପାଦକ ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ କରିଥିଲେ | ସଂଗୀତ କଳା ବିଦ୍ୟା ନିକେତନର ଅଧ୍ୟକ୍ଷ ତଥା ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ଓ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ | ଅବସର ପ୍ରାପ୍ତ ଶିକ୍ଷକ ତଥା କବି ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ତ୍ରିପାଠୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l

ଉକ୍ତ ସାରସ୍ୱତ ସମାରୋହରେ କୋଭିଡ ଯୋଦ୍ଧା, ସାମ୍ବାଦିକ ଓ ସାରସ୍ୱତ ସାଧକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସେମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଓ ବରିଷ୍ଠ ପାଲାଗାୟକ ଶଙ୍କର୍ଷଣ ଦାଶ, କବି ଓ ପାଲାଗାୟକ ବୃନ୍ଦାବନ ସ୍ୱାଇଁ, ଦାସକାଠିଆ ଗାୟକ ଓ କବି ସତ୍ୟନାରାୟଣ ନାୟକ, ଦାସକାଠିଆ ବାୟକ ଓ କବି ନବ କିଶୋର ବାରିକ, ଶିକ୍ଷକ,କବି ତଥା ସଂଗଠକ ଜ୍ୟୋତି ରଞ୍ଜନ ଦାଶ, ଅଧ୍ୟକ୍ଷ ଓ କବି ନବକିଶୋର ସାମନ୍ତରାୟ, ଶିକ୍ଷାବିତ୍,କବି ଓ ପ୍ରବଚକ ବିରଞ୍ଚି ନାରାୟଣ ତ୍ରିପାଠୀ, ଶିକ୍ଷାବିତ୍ ଓ କବି ତପନ କୁମାର ସ୍ୱାଇଁ, ସଂଗଠକ ରାଜ କିଶୋର ପଟ୍ଟନାୟକ, ଶିକ୍ଷାବିତ୍ ଓ ସଙ୍ଗୀତକାର ସତ୍ୟନାରାୟଣ ମହାପାତ୍ର, ଶିକ୍ଷାବିତ୍ ଓ କବି ବିରୁପାକ୍ଷ ମହାପାତ୍ର, ଶିକ୍ଷାବିତ୍ ଚିତରଞନ ଦାଶ, ଶିକ୍ଷାବିତ ଓ ଶିଶୁ ସାହିତ୍ୟିକ ତାରାପ୍ରସାଦ ଜେନା, ଶିକ୍ଷାବିତ୍ ଓ ସଂଗଠକ ସୁଶୀଲ କୁମାର ରଣା, ସଂଗଠକ ତଥା ବରିଷ୍ଠ ଆଇନୀଜୀବୀ ସୁରେଶଚନ୍ଦ୍ର ମିଶ୍ର, ବରିଷ୍ଠ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ, ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ, ସାମ୍ବାଦିକ ରଘୁନାଥ ନାୟକ, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ବ୍ରଜ ରଣସିଂହ, ସାମ୍ବାଦିକ କିଶୋର ରାଉତରାୟ, ସାମ୍ବାଦିକ ଅଭିମନ୍ୟୁ ମହାରଣା, ସାମ୍ବାଦିକ ପ୍ରଭାତ କୁମାର ପ୍ରଧାନ, ସାମ୍ବାଦିକ କୃଷ୍ଣଚନ୍ଦ୍ର ଦାଶ, ସାମ୍ବାଦିକା ଲିସାରଣୀ ମହାପାତ୍ର ଇତ୍ୟାଦି ଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଣପୁର ଆଖପାଖରୁ ୪୬ଜଣ କବି କବୟିତ୍ରୀ ଯୋଗଦାନ କରି ସ୍ୱରଚିତ କବିତା ଆବୃତ୍ତି କରିଥିଲେ ଓ ଶେଷରେ ସେମାନଙ୍କୁ ପ୍ରଶଂସାପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!