Thursday, September 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦେଢ଼ କୋଟି ଟଙ୍କିଆ ଠକ ଗିରଫ

by ସଞ୍ଜୟ ସ୍ୱାଇଁ
April 18, 2021
in Nayagarh
ଦେଢ଼ କୋଟି ଟଙ୍କିଆ ଠକ ଗିରଫ
2.7k
VIEWS
Share on FacebookShare on Twitter

ଓଡ଼ଗାଁ,(ବାଘୁଆବାର୍ତ୍ତା): ଜଣେ ଯୁବକଙ୍କ ଠାରୁ ଦେଢ଼ କୋଟି ଟଙ୍କା ଠକିବାକୁ ଚେଷ୍ଟା କରୁଥିଲା ଜଣେ ଯୁବକ ।ଟଙ୍କା ମାଗିବାରୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଲା ଅଭିଯୋଗ ପରେ ଓଡ଼ଗାଁ ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରି ଅଛି ।  ଓଡ଼ଗାଁ ଆଦର୍ଶଥାନା ଅନ୍ତର୍ଗତ ବେରୁଁଆବାରି ପଞ୍ଚାୟତ ପୋଡ଼ାସାହିର ବିପ୍ରବନ୍ଧୁ ନାୟକ ଗଂଜାମ ଜିଲ୍ଲା ଛତ୍ରପୁର ଥାନା ମିହିର ରଞ୍ଜନ ସ୍ୱାଇଁ ସହ ଦୀର୍ଘ ବର୍ଷଧରି କାଜୁ ବ୍ୟବସାୟ କରୁଥିଲେ ।ମିହିରଙ୍କ ମୃତ୍ୟୁ ପରେ ପୁଅ ସୁବ୍ରତ ଏହି ବ୍ୟବସାୟକୁ ହାତେଇଥିଲା।କିଛି ଦିନ ଅନ୍ତେ ସୁବ୍ରତ ଅଧିକ କାଜୁ ନେବାକୁ କହିବାରୁ ବିପ୍ରବନ୍ଧୁ ଅନେକ ଚାଷୀଙ୍କ ଠାରୁ କାଜୁ ଆଣି ଦେଇଥିଲେ ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୯ ଲକ୍ଷ ଅଟେ।ସୁବ୍ରତକୁ ବାକି ପଇସା ମାଗିବାରୁ ପଇସା ଦେବା ବଦଳରେ ସେ ଧମକ ଚମକ ଦେବା ସହ ଏପରିକି ଜୀବନରୁ ମାରି ଦେବାକୁ ମଧ୍ୟ ପଛାଇନଥିଲା।ଯାହା ଫଳରେ ବିପ୍ରବନ୍ଧୁ ନିରୁପାୟ ହୋଇ ଓଡ଼ଗାଁ ଆଦର୍ଶ ଥାନାର ଆଶ୍ରୟ ନେଇଥିଲେ ।ଓଡ଼ଗାଁ ପୋଲିସ ଅଭିଯୋଗକ୍ରମେ ଛତ୍ରପୁର ପୋଲିସ ସହାୟତାରେ ସୁବ୍ରତକୁ ଗିରଫ କରିଥିଲେ ।୪୧/୨୧ରେ ଏକ ମାମଲା ରୁଜୁ କରି ଆଇପିସିର ଧାରା ୪୨୦,୨୯୪,୫୦୬ ଅନୁଯାୟୀ କୋର୍ଟଚାଲାଣ କରିଅଛି।ସେଠାରେ ତାହାର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ସୁବ୍ରତକୁ ବିଚାରବିଭାଗୀୟ ଅଦାଲତକୁ ପଠାଇଥିବା ସୂଚନା ମିଳିଅଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!