ନୟାଗଡ଼, (ବାଘୁଆବାର୍ତ୍ତା): ପ୍ଲାଷ୍ଟିକ୍ ବନ୍ଧୁକ ଦେଖାଇ ଟ୍ରକ୍ ଡ୍ରାଇଭର ମାନଙ୍କୁ ଟାର୍ଗେଟ କରୁଥିଲେ ଲୁଟେରା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ଏହାକୁ ଗୁରତର ସହିତ ତଦନ୍ତ କରି ଆଜି ଲୁଟେରାକୁ ଗିରଫ କରିବା ସହିତ ଲୁଟେରା ବ୍ୟବହାର କରୁଥିବା ପ୍ଲାଷ୍ଟିକ ବନ୍ଧୁକ ଓ ବୁଲେଟ ଜବତ କରିଛି । ସୂଚନାନୁସାରେ, ଖଣ୍ଡଗିରି ଅଞ୍ଚଳରେ ଦିଲ୍ଲୀପ ପ୍ରଧାନ ନାମଜ ଜଣେ ଯୁବକ ଏକ ସିକ୍ୟୁରିଟ୍ ସଂସ୍ଥାରେ ଡ୍ରାଭର ଥିଲେ । ଉକ୍ତ ଯୁବକ ଜଣକଙ୍କ ଘର ନୟାଗଡ଼ ବୋଲି ଜଣାପଡିଛି ।





