ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପେଟ୍ରୋଲ୍ ପମ୍ପ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । ସୂଚନାନୁସାରେ, ଖୋର୍ଦ୍ଧା ଜଙ୍କିଆ ଥାନା ନିକଟରେ ଥିବା ରାମେଶ୍ୱର ପେଟ୍ରୋଲ ପମ୍ପର କର୍ମଚାରୀ ମାନଙ୍କୁ ଗତ ୧୫ ତାରିଖରେ ଦୁର୍ବୃତ୍ତ ମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ୫ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଏହା ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ପୁଲିସ ତଦନ୍ତ କରି ଲୁଟେରେ ମାନଙ୍କ ବିଷୟରେ ଜାଣିବାକୁ ପାଇଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଲୁଟେରାଙ୍କୁ ଗିରଫ କରିବା ସହିତ ଗୋଟିଏ ଦେଶୀ ବନ୍ଧୁକ ଦୁଇଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା ଜବତ କରାଯାଇଛି । ତିନି ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ସୂଚନା ମିଳିଛି ।





