ନୟାଗଡ଼, (ବାଘୁଆବାର୍ତ୍ତା): ଦାଉ ସାଜୁଛି ମହାମାରୀ କରୋନା । ଗୋଟାଏ ପରେ ଗୋଟାଏ ମୁଣ୍ଡ ନେଉଛି । କରୋନାର ପ୍ରଥମ ଲହରୀରେ କେତେକ ଜୀବନ ନେଇଥିବା ବେଳେ କରୋନା ଦ୍ୱିତୀୟ ଲହରରେ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ସୂଚନାନୁସାରେ, ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜତିଶ ଖମାରୀଙ୍କ କରୋନା ମୃତ୍ୟୁ ହୋଇଛି । ଲୋକଙ୍କୁ ସଚେତନ କରିବା ପାଇଁ କରୋନା ଯୁଦ୍ଧରେ ଲଢୁ ଲଢୁ ନିଜେ ଶିକାର ହୋଇଗଲେ ସାମ୍ବାଦିକ ଜତିଶ୍ । ଜତିଶଙ୍କୁ କରୋନା ହେବା ପରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ଭୀମ ଭୋଇ ମେଡକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅକ୍ସିଜେନ୍ ମାତ୍ରା କମିଯିବାରୁ ବଲାଙ୍ଗିରରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜତିଶ୍ଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ଜତିଶଙ୍କୁ ୪୬ବର୍ଷ ହୋଇଥିଲା । ଏନେଇ ବଲାଙ୍ଗିର ସାମ୍ବାଦିକ ସଂଘ ଶୋକ ବ୍ୟକ୍ତ କରିଛନ୍ତି ।





