ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶ୍ରୀ ମନ୍ଦିର ଭିତରେ ରକ୍ତର ଛିଟା ଲାଗିଥିବା ଫଳରେ ୨ ଘଣ୍ଟା ବିଳମ୍ବରେ ଶ୍ରୀମନ୍ଦିରର ନୀତିକାନ୍ତି ହୋଇଛି । ସୂଚନାନୁସାରେ, ପୁରୀ ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତର ଛିଟା ପଡ଼ିବାରୁ ବଡ଼ ମହାସ୍ନାନ ହୋଇଛି । ଭିତର କାଠ ନିକଟରେ ଦୁଇ ଜେଟିପି ମନୋଜ ପାଣିଗ୍ରାହୀ ଓ ଗଙ୍ଗା ପ୍ରଧାନଙ୍କ ମଧ୍ୟରେ ହାତାହାତି ହୋଇଥିଲା । କାଠ ଫାଳିଆ ମାଡ଼ରେ ଜେଟିପି ମନୋଜ ଆହାତ ହୋଇଥିଲେ । ଯେହେତୁ ମନ୍ଦିର ପରିସରରେ କାଠ ଫାଳିଆରେ ରକ୍ତର ଛିଟା ଲାଗିଥିବା ଫଳରେ ମନ୍ଦିରର ରୀତିକାନ୍ତି ୨ ଘଣ୍ଟା ବିଳମ୍ବ ହୋଇଥିବା ସୂଚନା ମଳିଛି ।





