ଓଡ଼ଗାଁ,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଅନୁଭୂତ ହୋଇଅଛି। ପ୍ରବଳ ବେଗରେ ପବନ ସମେତ ଝଡ଼ତୋଫାନ ବହିବାରୁ ରୋହିବାଙ୍କ ଛକ ନିକଟରେ ଏକ ଆମ୍ବଗଛ ଭାଙ୍ଗିଯିବାରୁ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଭୁବନେଶ୍ୱର -ଭଞ୍ଜନଗର ରାଜ୍ୟ ରାଜପଥ ଯାତାୟାତ ବନ୍ଦ ରହିଥିଲା ।ଯାହା ଫଳରେ ବିଦ୍ୟୁତ ସରବରାହ ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଅଛି । ବର୍ତ୍ତମାନ ଗଛକୁ ରାସ୍ତା ମଝିରୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଅଛି । ଅନ୍ୟ ପକ୍ଷରେ ବର୍ଷା ସମେତ ବଜ୍ରପାତ ହେବାରୁ ରୋହିବାଙ୍କ ବାଘୁଆଛକର ଝୁନୁ ବେହେରା ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଅଛି।






