ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଫାସିପଡ଼ ବ୍ରିଜ କାମ ବେଳେ ଅଘଟଣ, ଶ୍ବାସରୋଧ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ନାମ ବିଦ୍ୟାଧର ମହାନ୍ତି(55) । ତାଙ୍କ ଘର ଭଦ୍ରକ ଜିଲ୍ଲା ଭିସରପଟା ହୋଇଥିବା ଜଣା ପଡିଛି । ଆଜି ଫାସିପଡା ଗାଁ ଠାରେ ଚାଲିଥିବା ବ୍ରିଜ କାମରେ ଶ୍ରମିକ ଜଣକ ନିୟୋଜିତ ହୋଇଥିବା ବେଳେ ଖନନ ହେଉଥିବା ସିମେଣ୍ଟ କୂଅ ଭିତରକୁ ସାଙ୍ଗରେ ଅକ୍ସିଜେନ ନେଇ ଯାଇଥିଲେ । ତେବେ ଅଧାରୁ ଉର୍ଦ୍ଧ ଗଭିରକୁ ଯିବା ପରେ କୋଣସି କାରଣରୁ ଅକ୍ସିଜେନଟି ଖସି ପାଣି ଉପରୁ ଆସି ଯାଇଥିଲା । ଫଳରେ ଶ୍ରମିକ ଜଣକ ଅଣନିଶ୍ୱାସୀ ହୋଇ ପାଣି ଭିତରେ ମୃତ୍ୟୁ ହୋଇଥିଲା । ସାଙ୍ଗରେ କାମ କରୁଥିବା ଶ୍ରମିକ ତାଙ୍କୁ ଉଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।





