ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ମହାମାରୀ କରୋନା । ଲିଙ୍ଗରାଜଙ୍କ ରୁକୁଣା ଯାତ୍ରାକୁ ନେଇ ଲାଗିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ହେବା ନେଇ ସୂଚନା ମିଳିଛି । ତେବେ ବିନା ଭକ୍ତରେ ରଥ ଯାତ୍ରା ହେବା ନେଇ ଜଣାପଡିଛି । ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିନା ଭକ୍ତରେ ରଥାଯାତ୍ରା ସମାପନ ନେଇ ଆଲୋଚନା ହୋଇଛି । ତତସହିତ ଅଳ୍ପ ସେବାୟତଙ୍କୁ ନେଈ ମଧ୍ୟ ଏହି ରଥଯାତ୍ରାରେ ନିୟୋଜିତ କରାଯିବ । ରଥ ଟାଣିବା ବେଳେ ରଥଖଳାରୁ ଆରମ୍ଭ କରି ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଲାଗୁହେବା ନେଇ ସୂଚନା ମିଳିଛି । ୨୦ ଓ ୨୪ତାରିଖରେ ୧୪୪ ଧାରା ଲାଗୁ ହେବ । ଉକ୍ତ ବୈଠକରେ ଲିଙ୍ଗରାଜଙ୍କ ସେବାୟତ, ଲିଙ୍ଗରାଜ ମନ୍ଦିର କମିଟି ଓ ପୁଲିସ କମିଶନର ଭିସି ମାଧ୍ୟମରେ ଯୋଗ ଦେଇ ସମସ୍ତ ନିଷ୍ପତ୍ତି ନିଆଯାଇଛି ।





