ନୟାଗଡ଼,(ବାଘୁଆବାର୍ତ୍ତା): ମଜୁରିଆପଲ୍ଲୀ ଦର୍ପନାରାୟଣପୁର ରାସ୍ତା କେନ୍ଦୁଢିପି ଛକଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦର୍ପନାରାୟଣପୁର କଲେଜ ଇଂରାଜୀ ଅଧ୍ୟାପକ ଜ୍ୟୋତି ରଞ୍ଜନ ସାମଲଙ୍କ କାର ୨ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ବାଇକ ଆରୋହୀ କେନ୍ଦୁଢିପି ଗ୍ରାମର ପ୍ରଦୀପ୍ତ ପ୍ରଧାନ ଏବଂ ଶଙ୍ଖେଇ ଗ୍ରାମର ମନୁ ପ୍ରଧାନ ଗୁରୁତର ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଛନ୍ତି । ଇଂରାଜୀ ଅଧ୍ୟାପକ ଦୁର୍ଘଟଣା ଘଟାଇବା ପରେ କାରକୁ ନେଇ ଶରଣକୁଳ ଥାନାରେ ପହଞ୍ଚିଥିବା ଜଣାଯାଇଛି । ଏନେଇ ଇଟାମାଟି ଥାନାରେ ଅଭିଯୋଗ ହେବା ପରେ ପୁଲିସ କାର ଏବଂ ଦୁର୍ଘଟଣା ଗସ୍ତ ବାଇକକୁ ଜବତ କରିବା ସହ ଏକ ମାମଲା ରୁଜୁ କରିଛି ।





