ନୟାଗଡ଼, (ବାଘୁଆବାର୍ତ୍ତା): ରେଳ ଧାରଣାରେ ଜଣେ କିରନ୍ନଙ୍କ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏ ଖବର ପୁଲିସ ପାଖରେ ପହଞ୍ôଚବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ôଚଥିଲା । ରେଳ ଧାରଣାରେ ପଡିଥିବା କିନ୍ନରଙ୍କ ମୃତ ଦେହ ଉଦ୍ଧାର କରିବା ସହିତ ମୃତ ଶରୀର ପାଖରେ ପଡିଥିବା ମୋବାଇଲ ଓ ଚପଲ ଜବତ କରିଛି । ସୂଚନାନୁସାରେ, ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ପନାସିଆ ଗାଁ ନିକଟରେ ଥିବା ରେଳ ଧାରଣାରୁ ଜଣେ କିନ୍ନରଙ୍କ ମୃତ ଦେହ ପଡିଥିବା ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ôଚମୃତ ଶରୀର ଉଦ୍ଧାର କରିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ମୃତ କିନ୍ନର ଜଣକ ହେଲେ ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଗାଁର ଫତୁଆ ଜେନା । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।





