ନୟାଗଡ଼,(ବାଘୁଆବାର୍ତ୍ତା): ଖଣ୍ଡପଡ଼ା ବାହାଡ଼ା ପୂର୍ତ୍ତ ବିଭାଗ ରାସ୍ତାରେ ଯାଉଥିବା ବେଳେ ଗତକାଲି ଢୁମ୍ଫା ସଂଙ୍ଗୀତ ସାଧକ ଗିରିଧାରୀ ବାରିକ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ସେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ଖବର ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଛି । ଗିରିଧାରୀଙ୍କ ଘର ଖଣ୍ଡପଡ଼ା ବଜାରସାହିରେ ବୋଲି ଜଣାଯାଇଛି ।





