Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶନିବାର ଓ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ

by ସଞ୍ଜୟ ସ୍ୱାଇଁ
April 17, 2021
in State
ଶନିବାର ଓ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ
192
VIEWS
Share on FacebookShare on Twitter

ପୁରୀ,(ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କ ଦର୍ଶନ କ୍ଷେତ୍ରରେ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ପୁଣିଥରେ ସପ୍ତାହକୁ ଦୁଇଦିନ ଅର୍ଥାତ୍‌ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ଜନସାଧାରଣଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆସନ୍ତା ୨୪ ତାରିଖରୁ ଏହି କଟକଣା ଲାଗୁ ହେବ। ସେହିପରି ରାଜ୍ୟ ବାହାର ଭକ୍ତଙ୍କ କ୍ଷେତ୍ରରେ ମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଗକୁ ରାଜ୍ୟ ବାହାରର ଯେଉଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ, ସେମାନଙ୍କ ପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ୍‌ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଯଦି ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ନ ଥିବ ତେବେ ଦର୍ଶନାର୍ଥୀ କୋଭିଡ୍‌ ଟିକାର ଦୁଇଟିଯାକ ଡୋଜ୍‌ ନେଇଥିବେ। ସେ ସମ୍ପର୍କିତ ରିପୋର୍ଟ ଦେଖାଇ ବାହାର ରାଜ୍ୟର ଭକ୍ତମାନେ ଦର୍ଶନ ପାଇଁ ଶ୍ରୀନ୍ଦିର ଭିତରକୁ ଯାଇପାରିବେ। ସେହିପରି ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଭିତର କାଠରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ମାତ୍ର ସେବାୟତ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ପରେ ଏବେ ବାହାର କାଠରୁ ଦର୍ଶନ ବ୍ୟବସ୍ଥା କରାଯାଇଛି। ସେହିପରି ମନ୍ଦିର ବେଢ଼ାରେ ଦୀପ ଲଗାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଏହି ସମସ୍ତ କଟକଣା ଆସନ୍ତା ୧୯ ତାରିଖରୁ ଲାଗୁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଜଣାଇଛି। ଲଗାତାର କିଛିଦିନ ହେବ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀମାନେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ପ୍ରାୟ ୪୦ଜଣ ସେବାୟତ, ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀ, ଜେଟିପି କରୋନା ସଂକ୍ରମିତ ହୋଇସାରିଲେଣି। ଏହାଦ୍ବାରା ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ଆଜି ଶ୍ରୀମନ୍ଦିର ପ୍ରଶାସନ ଛତିଶାନିଯୋଗର ଏକ ଜରୁରୀ ବୈଠକ ଡାକିଥିଲା। ଭର୍ଚୁଆଲ୍‌ ମୋଡ୍‌ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ ବିଶାଲ ସିଂହ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ଛତିଶାନି‌ଯୋଗର ସଭାପତି ଓ ସଂପାଦକମାନ ଉପସ୍ଥିତ ଥିଲେ। ବୈଠକରେ କରୋନା ସଂକ୍ରମଣ ଉପରେ ବିଭିନ୍ନ ନିଯୋଗର ସଭାପତି ଓ ସମ୍ପାଦକଙ୍କ ମତାମତ ନିଆଯାଇଥିଲା। ପରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଭକ୍ତଙ୍କ ଦର୍ଶନ ବନ୍ଦ ରଖି ଶ୍ରୀମନ୍ଦିର ବିଶୋଧନ ପାଇଁ ନିଷ୍ପତ୍ତି ହୋଇଛି। ଓଡ଼ିଶା ବାହାରୁ ଆସୁଥିବା ଭକ୍ତଙ୍କ ଆର୍‌ଟିପିସିଆର୍ ନେଗେଟିଭ୍‌ ରିପୋର୍ଟ କିମ୍ବା କୋଭିଡ୍‌ ଟିକାକରଣ ରିପୋର୍ଟ ଯାଞ୍ଚ ପାଇଁ ସିଂହଦ୍ବାରରେ ପୂର୍ବଭଳି ସ୍ବତନ୍ତ୍ର କାଉଣ୍ଟର୍‌ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଦର୍ଶନ ପୂର୍ବରୁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଯଦ୍ଦ୍ବାରା ଓଡ଼ିଶା ଭିତର ଓ ବାହାର ଭକ୍ତ ସହଜରେ ଚିହ୍ନଟ ହୋଇପାରିବେ। ଏଥିପାଇଁ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଆଧାରକାର୍ଡ, ଭୋଟର୍‌ ପରିଚୟପତ୍ର ଅବା ଅନ୍ୟ କିଛି ପରିଚୟପତ୍ର ସାଙ୍ଗରେ ଆଣିବାକୁ କୁହାଯାଇଛି। ମାସ୍କ ଯାଞ୍ଚ କଡ଼ାକଡ଼ି ଉପରେ ଗୁରୁତ୍ବ ଦିଆଯାଇଛି। ପାନଛେପ ଉପରେ କଡ଼ା ନଜର ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଓ ସେବକଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ହେବ। ଏହାକୁ କାର୍ଯ୍ୟକାରୀ କରିବା ପାଇ ଖୁବ୍‌ଶୀଘ୍ର ଏକ ବୈଠକ ଅନୁଷ୍ଠିତ ହେବ। ଏହି ସ୍କ୍ବାଡ୍‌ ଶ୍ରୀମନ୍ଦିର ଦ୍ବାର ଓ ଭିତରେ ଜଗିବେ। ଆଗରୁ ଭକ୍ତମାନେ ଭିତର କାଠରୁ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଏଥର ଭକ୍ତଙ୍କ ଭିତର କାଠ ପ୍ରବେଶ ନିଷେଧ କରାଯାଇଛି। ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଫେରିବେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!