ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ନୟାଗଡ଼ ଟାଉନଥାନା ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି । ନୟାଗଡ଼ ଏସ୍ଡିପିଓ ଶୁଭେନ୍ଦୁ ସିହ୍ନା ଏବଂ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ସହରରେ ଫ୍ଲାଗମାର୍ଚ୍ଚ କରି ରାତ୍ରି କାଳୀନ କର୍ଫ୍ୟୁର ଆଗୁଆ ସୂଚନା ଦେଇଛନ୍ତି । କୋଭିଡ୍ କଟକଣାକୁ କଡ଼ାକଡ଼ି କରିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ଥାନା ଅଧିକାରୀ କହିଛନ୍ତି । ଆସନ୍ତାକାଲିଠାରୁ ସହରରେ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଉପରେ ପୁଲିସ ପଦକ୍ଷେପ ନେବ ବୋଲି ସୂଚନା ମିଳିଛି । ଏଥିସହିତ ମାସ୍କ ଚେକିଂ କରାଯାଇ ବ୍ୟାପକ ଜୋରିମାନା ଆଦାୟ କରାଯାଇଛି ।





