ବାଲେଶ୍ୱର, (ବାଘୁଆବାର୍ତ୍ତା): କୁନି ଝିଅ ଉପରେ ମାଡିଗଲା । ମାଡ଼ ଖାଇବାରୁ ବର୍ତ୍ତିବା ପାଇଁ ଟାୟାର ଭିତରେ ଲୁଚିଯାଇଥିଲା କୁନି ଝିଅଟି । ଜାଣିନଥିଲା ସେଠାରେ ଲୁଚି ରହିଥିଲା ମୃତ୍ୟୁ । ମାଆର ଛାଟ କୁନି ଝିଅ ଉପରେ ପଡ଼ିବା ପୂର୍ବରୁ ତା’ ଉପରେ ଚଢ଼ିଗଲା ବୁଲେଡ୍ରୋଜର । ଆଉ କ୍ଷଣକ ଭିତରେ କ୍ଷଣକେ ଚାଲିଗଲା କୁନି ଝିଅର ଜୀବନ । ଏପରି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ସୁଚନାନୁସାରେ, ବାଲେଶ୍ୱର ସୋର ଥାନା ଆଙ୍ଗୁଳା ଗାଁର କଣ୍ଢେଇ ବିନ୍ଧାଣୀଙ୍କ ୮ ବର୍ଷର ଝିଅ ଆଶା ଦି’ପ୍ରହରରେ ଖାଇବା ସମୟରେ ମା ପାଖରେ ଅଝଟ କରିଥିଲା । ମା’ ମାଡ଼କୁ ଭୟକରି ଆଶା ଘର ପାଶ୍ୱର୍ ଦୁର୍ଗାଦେବୀ କ୍ରସରରେ ରଖାଯାଇଥିବା ଟ୍ରାକ୍ଟର ଟାୟାର ଭିତରେ ଲୁଚି ଯାଇଥିଲା । ଦୁର୍ଭାଗ୍ୟକୁ ସେହି ସମୟରେ ବୁଲେଡ୍ରୋଜର ମେସିନ ସେହି ଟାୟାର ଉପରେ ଚଢ଼ି ଯାଇଥିଲା । ଆଉ ତା’ପରେ ଚାପି ହୋଇ ଆଶାର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇଁ ସୋର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ସୁଚନା ମିଳିଛି ।





