Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗଡ଼ିବ ‘ପିଙ୍କ ଅଟୋ’

by ସଞ୍ଜୟ ସ୍ୱାଇଁ
April 16, 2021
in State
ଗଡ଼ିବ ‘ପିଙ୍କ ଅଟୋ’
151
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ମହିଳାଙ୍କ ସୁରକ୍ଷିତ ଯାତାୟତ ପାଇଁ ଆରମ୍ଭ ହୋଇଥିବା ‘ପିଙ୍କ୍ ଅଟୋ ସେବା’ କୁ ପୁନର୍ବାର ଆରମ୍ଭ କରିବା ଲାଗି ପରିବହନ ବଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ପୁଲିସ୍ କମିସନରଙ୍କୁ ଚିଠି ଲେଖିଛନ୍ତି । ଏହି ସେବା କାହିଁକି ବନ୍ଦ କରାଗଲା ସେ ନେଇ କମିସନରେଟ୍ ପୁଲିସ୍ ସମୀକ୍ଷା କରିବା ସହ ଜନସାଧାଧରଣଙ୍କ ଚାହିଦା ଏବଂ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସେବା କିପରି ପୁନର୍ବାର ଆରମ୍ଭ ହୋଇପାରିବ ସେ ନେଇ କମିସନରେଟ୍ ପୁଲିସ ପକ୍ଷରୁ ପଦକ୍ଷେପ ନେବାକୁ ସଚିବ ଶ୍ରୀ ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ସୁରକ୍ଷିତ ଯାତ୍ରା ଲାଗି ମହିଳାମାନଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ‘ପିଙ୍କ ଅଟୋ’ ସେବା ଆରମ୍ଭ ହୋଇଥିଲା । କମିସନରେଟ ପୁଲିସ୍ର ସମସ୍ତ ପ୍ରକାର ସହାୟତା ଯୋଗୁ ଏହି ସେବା ଗତ କିଛି ବର୍ଷ ଧରି ବେଶ୍ ସଫଳତାର ସହ ଚାଲିଥିଲା, କିନ୍ତୁ ଏବେ ଏହି ସେବାକୁ ବନ୍ଦ କରି ଦିଆଯାଇଛି । ଫଳରେ ଏବେ ସହରର କର୍ମଜୀବୀ ମହିଳା, ଛାତ୍ରୀମାନେ ବିଳମ୍ବିତ ରାତ୍ରିରେ ‘ପିଙ୍କ ଅଟୋ ସେବା’ ପାଇନପାରି ଅସୁରକ୍ଷିତ ଭାବେ ଯାତାୟତ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସହରରେ ପୁନର୍ବାର ଏହି ସେବାର ଆବଶ୍ୟକତା ଜରୁରୀ ହୋଇପଡ଼ିଛି । ତେଣୁ ଏହି ସେବାକୁ ପୁନର୍ବାର ଆରମ୍ଭ ଲାଗି କମିସନରେଟ୍ ପୁଲିସ୍ ପଦକ୍ଷେପ ନେବାକୁ ପ୍ରମୁଖ ଶାନସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!