Sunday, October 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୫୦ କୋଟି ଟଙ୍କାର ହେରୋଇନ୍ ଜବତ, ପାକିସ୍ତାନୀ ଗିରଫ

by ସଞ୍ଜୟ ସ୍ୱାଇଁ
April 16, 2021
in Crime, State
୧୫୦ କୋଟି ଟଙ୍କାର ହେରୋଇନ୍ ଜବତ, ପାକିସ୍ତାନୀ ଗିରଫ
293
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୁଜୁରାଟ ଏଟିଏସ୍ ଓ ଭାରତୀୟ କୋଷ୍ଟ ଗାର୍ଡର ଏକ ମିଳିତ ଦଳ କଚ୍ ଜିଲ୍ଲା ଜଖଉ ବନ୍ଦର ନିକଟରେ ସମୁଦ୍ର ଭିତରୁ ଗୋଟିଏ ଡଙ୍ଗାକୁ ଧରିଥିଲେ । ଆରବ ସାଗରର ଗୁଜୁରାଟ ଉପକୂଳକୁ ଆସୁଥିବା ଏକ ଡଙ୍ଗାରୁ ୧୫୦ କୋଟି ଟଙ୍କାର ହେରୋଇନ୍ ଜବତ ହୋଇଥିବା ବେଳେ ଏଥିରେ ଯାତ୍ରା କରୁଥିବା ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍(ଏଟିଏସ୍) । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗୁଜରାଟ ଏଟିଏସ୍ ଓ ଭାରତୀୟ କୋଷ୍ଟ ଗାର୍ଡର ଏକ ମିଳିତ ଦଳ କଚ୍ ଜିଲ୍ଲା ଜଖଉ ବନ୍ଦର ନିକଟରେ ସମୁଦ୍ର ଭିତରୁ ଏହି ଡଙ୍ଗାକୁ ଧରିଥିଲେ । ହେରୋଇନ୍ ଭର୍ତ୍ତି ଡଙ୍ଗା ଯେଉଁଠାରେ ଜବତ ହୋଇଛି ତାହା ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଠାରୁ ଖୁବ୍ ନିକଟରେ ବୋଲି ଏସିଏସ୍ ସୂଚନା ଦେଇଛି । ଦେବଭୂମି-ଦ୍ୱାରକା ଜିଲ୍ଲାର ସ୍ପେଶାଲ ଅପରେଶନ୍ ଗ୍ରୁପ୍ (ଏସ୍ଓଜି) ଠାରୁ ଏ ନେଇ ଖବର ପାଇବା ପରେ ଏସିଏସ୍ ଓ କୋଷ୍ଟ ଗାର୍ଡ ମିଳିତ ଚଢ଼ାଉ କରିଥିଲେ । ଗତକାଲି ସକାଳେ ଏହି ଚଢ଼ାଉ ବେଳେ ଡଙ୍ଗାରୁ ୮ ଜଣ ପାକିସ୍ତାନୀଙ୍କ ସମେତ ୩୦ କେଜି ନିଷିଦ୍ଧ ହେରୋଇନ୍ ନିଶାଦ୍ରବ୍ୟ ଜବତ କରାଯାଇଛି । ଅନ୍ତର୍ଜାତୀୟ ବଜାରରେ ଜବତ ହେରୋଇନ୍ର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଏସିଏସ୍ ଆକଳନ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!