ନୟାଗଡ଼, (ବାଘୁଆବାର୍ତ୍ତା): ଚୋରାରେ ମଦ ବିକ୍ରି କରିବା ମହଙ୍ଗା ପଡିଲା । ଚୋରା ମଦ ବ୍ୟବସାୟ କରୁଥିବା ଖବର ପାଇଲା ପରେ ଅବାକାରୀ ବିଭାଗ ଓ ପୁଲିସର ମିଳିତ ଭାବେ ଚଢଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଛି । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ବଉଁଶୁଣି ଥାନା ସିଙ୍ଗାରୀ ଗାଁ ନିକଟରେ ଥିବା ବକ୍ସି ଢାବା ଉପରେ ଅବକାରୀ ବିଭାଗ ଓ ପୁଲିସର ମିଳିତ ଭାବେ ଚଢଉ କରିଥିଲେ । ଚଢଉ ସମୟରେ ଢାବାରୁ ବିପୁଳ ପରିମାଣର ବିଦେଶୀ ଓ ଦେଶୀ ମଦ ଜବତ ହୋଇଥିଲା । ଚଢଉ ସମୟରେ ଢାବାର ମାଲିକ ଖସିଯାଇଥିବା ବେଳେ ଢାବାରୁ ୭.୧୯ ଲିଟର ବିଦେଶୀ ମଦ ସହ ୨୪୬ ଲିଟର ବିଅର୍ ଜବତ କରାଯାଇଛି । ଢାବାର ଅନ୍ୟ ସହଯୋଗୀ ପପୁନ୍ ବାଘ(୧୮) ଗିରଫ କରିଛି ପୁଲିସ୍ । ତତସହିତ ବିଭିନ୍ନ ଅଞ୍ଚଳରେ ଚଢଉ କରି ୧୦ଲିଟର ଦେଶୀ ମଦ ଜବତ କରିବା ସହ ବାବୁଲା ମହାନନ୍ଦିଆ(୩୫) ଓ ସଚ୍ଚି ବଗର୍ତ୍ତୀ(୨୭)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବୌଦ୍ଧ ଅବାକାରୀ ଅଧିକ୍ଷକ କ୍ରଷ୍ଣା ନାୟକ ସୂଚନା ଦେଇଛନ୍ତି ।





