ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଅପରାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀ ସ୍ତ୍ରୀ ଏକ ମହଲରେ ବାଡ଼ିଆ ବାଡ଼ି ହେଉଥିବାର ଦେଖିବାକୁ ମିଳିଛି । ଲୋକ ରୁଣ୍ଢ ହୋଇଥିଲେ ମଧ୍ୟ ଝଗଡ଼ା ଥମି ନଥିଲା । ସ୍ୱାମୀ ସ୍ତ୍ରୀକୁ ନେଇ ଥିବା ମନୋ ମାଳିନ୍ୟକୁ ନେଇ ଆଜି ଅପରାହ୍ନରେ ଏକ ମହଲରେ ଭେଟ ହେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଛୁଆ ଜନମ କଲୁ… ଆଉ ଭୁଲି ଗଲୁ… ମତେ ଫୋର୍ଥ ନାଇଟରେ କହୁଛି ସ୍ପେସ୍ ଦରକାର । ଯଦି ଔକାତ୍ ନଥିଲା ତାହା ହେଲେ ବାହା ହେଉଥିଲୁ କ’ଣ ପାଇଁ ପଚାରି ଉଭୟ ବାଡ଼ିଆ ବାଡ଼ି ଲାଗିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ôଚ ଉଭୟ ସ୍ୱାମୀ ସ୍ତ୍ରୀକୁ ଥାନାକୁ ନେଇଥିବା ଜଣାପଡିଛି ।





