ନୟାଗଡ଼,(ବାଘୁଆବାର୍ତ୍ତା): ଜିଲ୍ଲାରେ ରହିଥିବା ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂମ୍ପର୍କରେ ସର୍ଭେ କରିବା ପାଇଁ ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ତାଲିମ ଶିବିରରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ତାମିଲ ପ୍ରଦାନ କରିଛନ୍ତି । ଏହି ଶିବିରରେ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ବିଡିଓ, ଅତିରିକ୍ତ ତହସିଲଦାର, ପୈାର ନିର୍ବାହୀ ଅଧିକାରୀ ଏବଂ ଏନ୍ଏସି ନିର୍ବାହୀ ଅଧିକାରୀ ଯୋଗ ଦେଇ ତାଲିମ ନେଇଥିବା ଜଣାଯାଇଛି । ଏହି ବ୍ଲକ ସ୍ତରୀୟ ତାଲିମ ଶିବିରରେ ବରିଷ୍ଠ ଅଧିକାରୀମାନେ କିଭଳି ସର୍ଭେ କରାଯିବ ଏବଂ ଏନେଇ ସରକାରଙ୍କ କଣ ନିର୍ଦ୍ଦେଶବଳୀ ରହିଛି ତାହା ଉପରେ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଦୟାନିଧି ନାୟକ ଓ କନିଷ୍ଠ ରାଜସ୍ୱ ଅଧିକାରୀ ବନମାଳୀ ସ୍ୱାଇଁ ପରିଚାଳନା କରିଥିଲେ ।





