ନୟାଗଡ଼, (ବାଘୁଆବାର୍ତ୍ତା): ଗାଧୋଉଥିବା ବେଳେ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ଘଟିଛି ଧାମନଗର ଅଞ୍ଚଳରେ । ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ଗୌରାଙ୍ଗପୁର ନିକଟରେ ଥିବା ବୈତରଣୀ ନଦୀରେ ଆଜି ଦୁଇ ଭାଇ-ଭଉଣୀ ଗାଧୋଉ ଥିବା ବେଳେ ନଦୀର ଗଣ୍ଡରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ନଦୀରୁ ଦୁଇ ଭାଇ-ଭଉଣୀଙ୍କ ମୃତ ଶରୀର ଉଦ୍ଧାର କରିଥିଲା । ମୃତ ଦୁଇ ଭାଇ-ଭଉଣୀ ହେଲେ ଗୌରାଙ୍ଗପୁର ଗାଁର ବର୍ଷା ପ୍ରିୟଦର୍ଶିନୀ ଦାସ ଓ ଜ୍ଞାନରଂଜନ ଦାସ ।





