ବୌଦ୍ଧ, (ବାଘୁଆବାର୍ତ୍ତା): ଘରକୁ ପାଣି ଆଣିବାକୁ ଯାଉଥିଲେ ବୃଦ୍ଧା । ଏହି ସମୟରେ ବାଇକ ଧକ୍କା ଦେବାରୁ ବୃଦ୍ଧାଙ୍କ ଜୀବନ ଚାଲି ଯାଇଛି । ମୃତ ମହିଳା ଜଣକ ହେଲେ ମହେଶ୍ୱର ପିଣ୍ଡା ଗାଁର ବୃଦ୍ଧା ମାଧବୀ ଦନାୟକ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମହେଶ୍ଚର ପିଣ୍ଡା ଗାଁର ବୃଦ୍ଧା ମାଧବୀ ପାଣି ଆଣିବାକୁ ଯାଉଥିବାବେଳେ ବିପରିତ ଦିଗରୁ ଆସୁଥିବା ଏକ ବାଇକ ୫୭ ନମ୍ବର ଜାତୀୟ ରାଜପଥ ମହେଶ୍ୱରପିଣ୍ଡା ଛକ ଠାରେ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ବୃଦ୍ଧା ଜଣକ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧା ମାଧବୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।





