ନୟାଗଡ଼,(ବାଘୁଆବାର୍ତ୍ତା): କୁମ୍ଭମେଳାକୁ ଯାଇ ଜିଲ୍ଲାକୁ ଫେରିଥିବା ଜଣେ ୭୫ ବର୍ଷିୟ ବୃଦ୍ଧ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଆଜି ସ୍ପଷ୍ଟ ହୋଇଛି । ବୃଦ୍ଧ ଜଣଙ୍କ ଓଡ଼ଗାଁ ବ୍ଲକ ନନ୍ଦିଘର ଗ୍ରାମର ବୋଲି ଜଣାଯାଇଛି । ତାଙ୍କର ଦେହ ଅସୁସ୍ଥ ଥିବା ବେଳେ ଆଜି ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ପରୀକ୍ଷା ପରେ ତାଙ୍କର ପଜିଟିଭ ଚିହ୍ନଟ ହୋଇଛି ।





