ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଧାନସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏବେ ଆସିଛି ଆଉ ଏକ ଦୁଃଖଦ ଖବର । ଏହି ଖବର କୌଣସି ହିଂସାକୁ ନେଇ ନୁହେଁ ବରଂ କୋଭିଡକୁ ନେଇ । ଆଜି ପଶ୍ଚିମବଙ୍ଗ ମୁର୍ଶିଦାବାଦର ସମଶେରଗଞ୍ଜ ବିଧାନସଭାର କଂଗ୍ରେସ ବିଧାୟକ ପ୍ରାର୍ଥୀ ରିଜୁଏସ ହକଙ୍କର ବିୟୋଗ ହୋଇଛି । ସେ କରୋନାରେ ସଂକ୍ରମିତ ଥିଲେ ବୋଲି ଜଣାପଡ଼ିଛି । ଏହାକୁ ନେଇ ସମସ୍ତ ରାଜନୀତିକ ଦଳ ଶୋକ ପ୍ରକାଶ କରିଛନ୍ତି । ନିକଟରେ ଏହି ନିର୍ବାଚନ ମଣ୍ଡଳରେ ବାମପନ୍ଥୀ ଏବଂ କଂଗ୍ରେସ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ । ବାମପନ୍ଥୀ ଏହି ଆସନ ପାଇଁ ମୋଦାସାର ହୁସେନଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ରିଜୁଏସ ହକ । ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଆସନରେ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗ ହୋଇଛି । ଏହାକୁ ନେଇ ସମସ୍ତ ରାଜନୀତିକ ଦଳ ଶୋକ ପ୍ରକାଶ କରିଛନ୍ତି । ଏହି ଆସନ ପାଇଁ ଆସନ୍ତା ୨୬ରେ ମତଦାନ ହେବାର ଥିଲା । ଉକ୍ତ ନିର୍ବାଚନ ମଣ୍ଡଳୀରେ ହେବାକୁଥିବା ନିର୍ବାଚନ ସ୍ଥଗିତ କରାଯାଇଥିବା ସୂଚନା ମିଳିଛି ।





