ରାୟଗଡ଼ା, (ବାଘୁଆବାର୍ତା): ରାୟଗଡ଼ାରେ ମୃଦୁ ଭୂକମ୍ପ । ଭୋର ପ୍ରାୟ ୪ଟା ସମୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିବାର ସୂଚନା ମିଳିଛି । ଭୂକମ୍ପର ତ୍ରିବତା ରିକ୍ଟର ସ୍କେଲ୍ରେ ୩.୨ ଥିବା ନେଇ ଜଣାପଡ଼ିଛି । ଭୂକମ୍ପ ଝଟ୍କା ଅନୁଭୂତ ହେବା ପରେ ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ । ଭୂକମ୍ପର ଝଟ୍କା ଅଧିକ ଥିଲେ ମଧ୍ୟ କାହାର କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।





