ନୟାଗଡ (ବାଘୁଆ ବାର୍ତ୍ତା ବ୍ୟୁରୋ) : ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆଜି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟମାନେ ଘେରାଉ କରିଛନ୍ତି । ଗୁଣ୍ଡିଚା ମନ୍ଦିରଠାରେ ଏକ ସାଂଗଠନିକ ବୈଠକ ଚାଲିଥିବା ବେଳେ ହଠାତ୍ ସଂଗଠନର ନିଷ୍ପତ୍ତି ଅନୁସାରେ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ କୈାଣସି ଅଧିକାରୀ ସେମାନଙ୍କ ସହ ଆଲୋଚନା ପାଇଁ ଆସିନଥିବା ଜଣାପଡ଼ିଛି ।





