ଓଡ଼ଗାଁ(ବାଘୁଆବାର୍ତ୍ତା): ସମ୍ପ୍ରତି ସାରା ଓଡ଼ଗାଁ ଏନ.ଏସି ଅଞ୍ଚଳରେ ଦିନକୁ ଦିନ ଜଳସଙ୍କଟ ଆଡ଼କୁ ଗତି କରୁଛି । ଭୂତଳ ଜଳ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି । ଏବେଠାରୁ ପାଣି ପାଇଁ ଚାରିଆଡ଼େ ଲୋକେ ଡ଼ହଳ ବିକଳର ଦୃଶ୍ୟ ଦେଖିବାକୁ ମିଳିଲାଣି । ବିଶେଷ କରି ଓଡ଼ଗାଁ ଏନ.ଏସି ଅଞ୍ଚଳର ବିଜୟ ମଣ୍ଡପ ସାହି ,ଗୋଡ଼ି ସାହି ,ଗାନ୍ଧୀ ମଣ୍ଡପ ସାହି,ପାଇକସାହି ଏବଂ ଦଲକ ଆହି ଅଞ୍ଚଳରେ ଘୋର ଜଳ ସମସ୍ୟା ଦେଖାଯାଇଛି ।ଏନ.ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଳ କଷ୍ଟ ନିବାରଣ ନିମନ୍ତେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରାଯାଇଥିଲେ ସୁଦ୍ଧା ତାହା ସମସ୍ତ ଜନସାଧାରଣଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି।ଏହି ପରିପ୍ରେକ୍ଷୀରେ ଓଡ଼ଗାଁ ବ୍ଲକ କଂଗ୍ରେସ ତରଫରୁ ଯୁବସଭାପତି ପୂର୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତିମିଶ୍ରଙ୍କୁ ପ୍ରତିଦିନ ଟ୍ୟାଙ୍କରମାଧ୍ୟମରେ ଦୁଇଥର ନିୟମିତ ପାନୀୟ ଜଳ ଯୋଗାଣ ପାଇଁ ଦାବି ପତ୍ର ପ୍ରଦାନ କରିଛନ୍ତି।ଓଡ଼ଗାଁ କଂଗ୍ରେସ ଦଳ ତରଫରୁ ଜଗନ୍ନାଥ ନାୟକ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ,ଗିରିଜା ମହାନ୍ତି ,ସନ୍ତୋଷ କୁମାର ମିଶ୍ର ,ଦେବରାଜ ପାଢ଼ୀ,ନିରଞ୍ଜନ ରାଉତ, ନିରଞ୍ଜନ ଆଚାରି ଏବଂ ଧରଣୀଧର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ଯଦି ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ଦୁରୀଭୂତ ନ ହୁଏ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବ ବୋଲି କଂଗ୍ରେସ ଚେତାବନୀ ଦେଇଛି।






