ନୟାଗଡ଼,(ବାଘୁଆବାର୍ତ୍ତା): ଅଟୋ ଓ କାର୍ର ମୁହାଁମୁହିଁ ଧକ୍କାରେ ଦୁଇଟିଯାକ ଗାଡ଼ି ଚୁରମାର ହୋଇଥିବାବେଳେ ୮ଜଣ ଗୁରୁତ ଥିବା ଜଣାପଡ଼ିଛି । ସୁଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ସିମୋର ପଞ୍ଚାୟତ ଅଫିସ୍ ନିକଟରେ ଅଟୋଟି ପଙ୍ଗାରସିଂହରୁ କଡାମଲ୍ଲ ଯାଉଥିବାବେଳେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ମୁହାଁମୁହିଁ ଧକା ହୋଇଥିଲେ । ଏହି ଦୁର୍ଘଟଣାରେ କାର ଓ ଅଟୋ ସମ୍ମୁଖଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ସେଥିରେ ବସିଥିôା ଯାତ୍ରୀମାନେ ଗୁରୁତର ହୋଇଥିବାରୁ ସେମାନଙ୍କୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡ଼ିଛି । କାର୍ ଚାଳକ ଜଣକ ମଦ୍ୟ ପାନ କରି ଗାଡ଼ି ଚଳାଉଥିବାରୁ ସ୍ଥାନୀୟ ଲୋକ କାର ଡ୍ରାଇଭରକୁ ଅଟକ ରଖି ପୁଲିସ ଜିମା ଦେଇଛନ୍ତି ।





