Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାରେ ମୃତ୍ୟୁ ଘଟିଲେ ଓଲଟା ପରିବାର ଲୋକ ଦେବେ ଟଙ୍କା

by ସଞ୍ଜୟ ସ୍ୱାଇଁ
April 13, 2021
in Feature News
ରାଜ୍ୟରେ ୭୨ ହଜାର ପାର, ନୟାଗଡ଼ରେ ସଂଖ୍ୟାଧିକ
575
VIEWS
Share on FacebookShare on Twitter

ରାୟପୁର,(ବାଘୁଆବାର୍ତ୍ତା); ଛତିଶଗଡ଼ ସରକାର ଦେଇଥିବା ଏକ ଅଦେଶକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି । ଆଦେଶ ମୁତାବକ ଯଦି କୌଣସି ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟେ ତେବେ ମୃତକଙ୍କ ପରିବାର ଲୋକଙ୍କୁ ଅଢେଇ ହଜାର ଟଙ୍କା ଦେବାକୁ ହେବ । ଏହି ଟଙ୍କା ଶବ ଷ୍ଟୋର କରିବା ଓ ସଂସ୍କାର କରିବା କାମରେ ଲାଗିବ ବୋଲି କୁହାଯାଇଛି । ଏହି ଆଦେଶ ଛତିଶଗଡ଼ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି । ଏଭଳି ଆଦେଶ ଆସିବା ପରେ କିଛି ସଂଗଠନ ସହ ରାଜ୍ୟ ବିଜେପି ଏହାକୁ ବିରୋଧ କରିଛି । ଏନେଇ ବିଜେପି ରାଜ୍ୟପାଳଙ୍କଠାରେ ଅଭିଯୋଗ କରିଛି । ଏହାପୂର୍ବରୁ ସୋମବାର ଦିନ ଛତିଶଗଡ଼ ସରକାର ଏକ ଆଦେଶ ଜାରି କରି ରାଜ୍ୟରେ ଥିବା ଘରୋଇ ମେଡିକାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଏକ ଦର ନିର୍ଦ୍ଧାରଣ କରିଥିଲେ । ଏଥିରେ କୁହାଯାଇଥିଲା କି ଏନଏବିଏଏଚ୍ ମାନ୍ୟତା ପ୍ରାପ୍ତ ହସ୍ପିଟାଲରେ ମଧ୍ୟମ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଦୈନିକ ୬,୨୦୦ ଟଙ୍କା ଦେବାକୁ ହେବ । ଯାହା ମଧ୍ୟରେ ସପୋଟିଭ୍ କେୟାର, ଆଇସୋଲେସନ ବେଡ୍‌ , ଅକ୍ସିଜେନ ଓ ପିପିଇ କିଟ୍ ମେଡିକାଲ ତରଫରୁ ଉପଲବ୍ଧ କରାଯିବ। ଏହାସହ ଗମ୍ଭୀର ଭାବେ କରୋନାରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ପାଇଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦୈନିକ ୧୨ ହଜାର ଟଙ୍କା ଦେବାକୁ ହେବ । ଏଥିରେ ବିନା ଭେଣ୍ଟିଲେଟରରେ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ । ଅତ୍ୟନ୍ତ ଗମ୍ଭୀର ସଂକ୍ରମିତଙ୍କ ଚିକିତ୍ସା ପାଇଁ ରୋଗୀଙ୍କୁ ଦୈନିକ ୧୭ ହଜାର ଟଙ୍କା ଦେବାକୁ ହେବ । ଯାହା ମଧ୍ୟରେ ରୋଗୀଙ୍କୁ ଭେଣ୍ଟିଲେଟର ସହ ଆଇସିୟୁ ସୁବିଧା ଯୋଗାଇ ଦିଆଯିବ । କହିରଖୁ କି କରୋନା କାଳରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଏବେ ରଶାତଳକୁ ଯାଇଛି । ହାତରେ କାମ ନାହିଁ, ବେପାର ଠପ୍ । ଏଭଳି ସ୍ଥିତିରେ ଏକ ଜନମଙ୍ଗଳକାରୀ ଗଣତନ୍ତ୍ର ରାଷ୍ଟ୍ରରେ ଗୋଟିଏ ମହାମାରୀ ପାଇଁ ରୋଗୀ ବା ତାଙ୍କ ପରିବାର ଲୋକଙ୍କଠାରୁ ସେବା ବାବଦରେ ଟଙ୍କା ଆଦାୟ କରିବାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!