Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପିପିଲି ଡେ଼ଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି: ନବୀନ

by ସଞ୍ଜୟ ସ୍ୱାଇଁ
April 12, 2021
in Feature News
ଲୋକଙ୍କ ପାଇଁ ବିଜ୍ଞାନ; ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
299
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପିପିଲି ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଆଜି ଭର୍ଚୁଆଲ୍ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି ଅବସରରେ ନବୀନ କହିଛନ୍ତି ଯେ ପିପିଲି ଡେ଼ଲାଙ୍ଗର ବିକାଶ କଥା ମୁଁ ନିଜେ ବୁଝିବି | ସେ କହିଛନ୍ତି ଯେ, ‘କଳାର ଭୂମି ପିପିଲି-ଡେ଼ଲାଙ୍ଗର ଚାନ୍ଦୁଆ ଦେଶବିଦେଶରେ ଓଡ଼ିଶା ପାଇଁ ସୁନାମ ଆଣିଛି | ଧନ୍ୟ ଏହି ମାଟି | ମହାନତାର ଇତିହାସ ଏହି ମାଟିକୁ ମୋର ପ୍ରଣାମ | ଆଜି ପିପିଲି ଡେଲାଙ୍ଗ ଯାଇଥିଲେ ମୁଁ ବହୁତ ଖୁସି ହୋଇଥାନ୍ତି | ମୁଁ ଜାଣେ ମୋ ପ୍ରତି ଆପଣଙ୍କ ଭଲ ପାଇବା ରହିଛି | ଯଦି ମୁଁ ପିପିଲି ଡେଲାଙ୍ଗ ଯାଇଥାନ୍ତି ତେବେ ମତେ ଆଶୀର୍ବାଦ କରିବାକୁ ଆପଣମାନେ ବହୁ ସଂଖ୍ୟାରେ ଏକାଠି ହୋଇଥାନ୍ତେ |ମହାମାରୀ କୋଭିଡ ସମୟରେ ଏହା ଉଚିତ ହେବ ନାହିଁ | ମୋ ପାଇଁ କେହି ବିପଦରେ ପଡୁ ମୁଁ ଚାହିଁବି ନାହିଁ | ଏଥିପାଇଁ ଭିଡିଓ କନ୍ଫରେନ୍ସରେ ଆପଣମାନଙ୍କୁ ଭେଟୁଛି | ଏଥିସହ ବିଜେଡି ସୁପ୍ରିମୋ ନବୀନ କହିଥିଲେ, କରୋନା ଦୂର ହେବା ପରେ ମୁଁ ନିଜେ ପିପିଲି ଯାଇ ଆପଣମାନଙ୍କୁ ଭେଟିବି | ଆପଣଙ୍କ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି | ପିପିଲି-ଡେ଼ଲାଙ୍ଗର ଜନସାଧାରଣ ସବୁବେଳେ ବିଜୁ ଜନତା ଦଳ ସହ ଅଛନ୍ତି | ବିଜୁ ବାବୁଙ୍କ ପ୍ରତି ଓ ବିଜୁ ପରିବାର ପ୍ରତି ଆପଣଙ୍କର ବହୁତ ଭଲ ପାଇବା ଅଛି | କରୋନାର ଦ୍ଵିତୀୟ ଲହର ଏବେ ଦେଖାଦେଇଛି | ଆପଣମାନେ କୋଭିଡ ନିୟମ ପାଳନ କରନ୍ତୁ | ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ | ମୋର ଅନୁରୋଧ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ।’

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!