ନୟାଗଡ଼,(ବାଘୁଆବାର୍ତ୍ତା): ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ପ୍ରତିଷ୍ଠାନ ନୟାଗଡ଼ ତରଫରୁ ଜିଲ୍ଲାର ୨୪ ଜଣ ତାଲିମ ପାର୍ଥୀଙ୍କୁ ନେଇ ୧୦ ଦିନିଆ ଛତୁ ଚାଷ ସଂପର୍କରେ ତାଲିମ୍ ଦିଆଯାଇଛି । ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀ, ଅନୁସୂଚିତ ଜାତି ଓ ଅନୁସୁଚିତ ଜନଜାତି, ଭୂମିହୀନ ଏବଂ ବେକାର ଯୁବ ଗୋଷ୍ଠୀକୁ ନେଇ ଛତୁ ଚାଷକୁ ନିଜର ଜୀବିକା ହିସାବରେ ଗ୍ରହଣ କରି ନିଜେ କିପରି ରୋଜଗାର କ୍ଷମ ହୋଇପାରିବେ ସେ ସଂପର୍କରେ ତାଲିମ ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ଦ୍ୱାରା ଉଭୟ ସୂଚନା ଓ ଲୋ ସଂପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଲିମ ପ୍ରାପ୍ତମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ନୟାଗଡ଼ ଜିଲ୍ଲାରେ ଛତୁ ଚାଷର ଉତ୍ପାଦନ କ୍ଷେତ୍ରକୁ ବଢ଼ାଇବା ସହିତ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସହିତ କିପରି ବେରୋଜଗାରୀ ସମସ୍ୟା ଦୂର କରିହେବ ସେଥିପ୍ରତି ପରାମର୍ଶ ଦେଇଛନ୍ତି । ଛତୁ ଚାଷ ତାଲିମ୍ ପ୍ରଦାନରେ ସଂସ୍ଥାର ନିର୍ଦ୍ଦେଶକ ମନୋଜ କୁମାର ସ୍ୱାଇଁ ମହିଳାମାନେ ସ୍ୱାବଲମ୍ବୀ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ତାଲିମ ସଂପର୍କରେ ସମସ୍ତଙ୍କୁ ଉତ୍ସାହିତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।





