ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଷ୍ଟେସନରେ ଆତଙ୍କ ଖେଳାଇଲେ ଦୁର୍ବୃତ୍ତ। ରାତିରେ କିଛି ନିଶାଖୋର ବ୍ୟକ୍ତି ଷ୍ଟେସନ କର୍ମଚାରୀଙ୍କୁ ଆକ୍ରମଣ କରି ଭଙ୍ଗାରୁଜା କରିଛନ୍ତି। କିଛି କାଗଜପତ୍ର ଓ ଆସବାବ ପତ୍ରରେ ନିଆଁ ଲଗାଇ ଦେଇଛନ୍ତି । ଷ୍ଟେସନ କର୍ମଚାରୀ ସଞ୍ଜୟ ପ୍ରଧାନ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି। ନୟାଗଡ଼ରେ ବ୍ରାଉନସୁଗର ନିଶା ପ୍ରବଳ ମାତ୍ରାରେ ମିଳୁ ଥିବାରୁ, ବାରମ୍ବାର ଏଭଳି ଘଟଣା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି।






