ଓଡ଼ଗାଁ,(ବାଘୁଆବାର୍ତ୍ତା): ଓଡ଼ଗାଁ ଏନ୍ଏସି ଅଞ୍ଚଳର ରାମସାଗର ୱାର୍ଡ଼ ନମ୍ବର ୭, ଟାଙ୍ଗିଆସାହି, ଆଖୁପଦର ଓ ବିଲ୍ୱମାନପୁର ରାସ୍ତା ପାଶ୍ୱର୍ ଆଲୋକିକରଣ ବ୍ୟବସ୍ଥାର ଶୁଭ ଉଦଘାଟନ ଆଜି ସନ୍ଧ୍ୟାରେ ହୋଇଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ଓାର୍ଡ଼ ଓ ଗାଁ ମାନଙ୍କୁ ଯାଇ ସୁଇଚ ଚିପି ନୂତନ ଆଲୋକି କରଣର ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର ଏବଂ ବ୍ଲକ ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ରହିଥିଲେ ।





