Sunday, August 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ କେନାଲ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା

by ସଞ୍ଜୟ ସ୍ୱାଇଁ
April 10, 2021
in Feature News
ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ କେନାଲ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା
65
VIEWS
Share on FacebookShare on Twitter

ଭୁବନେଶ୍ୱର, ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ କେନାଲ ଖନନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସଂପୂର୍ଣ୍ଣ କରି ଆଠଗଡ଼ ଅଞ୍ଚଳକୁ ଜଳ ଯୋଗାଇବା ଉପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସ ଜରିଆରେ ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ କେନାଲ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କହିଛନ୍ତି । ଉପଯୁକ୍ତ ସମନ୍ୱୟ ରକ୍ଷା କରି ଜଙ୍ଗଲ ଜମି ହସ୍ତାନ୍ତର ସଂପର୍କିତ ସମସ୍ୟାଗୁଡ଼ିକର ଆଶୁ ସମାଧାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲ ଅନୁମୋଦନ ମିଳିଥିବା ସମସ୍ତ ୨୬୧.୧୮୧୮ ହେକଫର ଜମି ହସ୍ତାନ୍ତର ସଂପର୍କରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ତିନି ବନଖଣ୍ଡ ଅଧିକାରୀମାନେ ଆଗାମୀ ୭ ଦିନ ମଧ୍ୟରେ ସମସ୍ତ ଜମି ହସ୍ତାନ୍ତର କରିବା ସହିତ ଗ୍ରାମ୍ୟ ଜଙ୍ଗଲ କିସମ ଜମି ହସ୍ତାନ୍ତର ନିମନ୍ତେ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ଅବଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ୨୫୧.୧୯୮୭ ହେକଫର ଜଙ୍ଗଲ ଜମିର କ୍ଳିୟରାନ୍ସ ନିମନ୍ତେ ଆବଶ୍ୟକ ସର୍ଭେ ସହିତ ସମସ୍ତ ଦସ୍ତାବିଜ ଦାଖଲ ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଆଗାମୀ ୧୨ ତାରିଖ ସୁଦ୍ଧା ସାରିବା ପାଇଁ ସଂପୃକ୍ତ ବନଖଣ୍ଡ ଅଧିକାରୀ ଏବଂ ରେଙ୍ଗାଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ କୁହାଯାଇଥିଲା । ଏଥି ସହିତ କପିଳାସ ବନ୍ୟପ୍ରାଣୀ ଅଭୟାରଣ୍ୟର ୭.୫୨ ହେକଫର ଜମି ହସ୍ତାନ୍ତର ସଂପର୍କରେ ଆଲୋଚନା ହୋଇଥିଲା । ଏ ବାବଦରେ ସମସ୍ତ ଦସ୍ତାବିଜ ଅନ୍‌ଲାଇନ୍‌ କରାଯିବା ସହିତ ଢେଙ୍କାନାଳ ବନଖଣ୍ଡ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଗତ ୭ ତାରିଖରେ ଜଙ୍ଗଲ ବିଭାଗକୁ ରିପୋର୍ଟ ପ୍ରଦାନ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ଏ ବାବଦରେ ଆବଶ୍ୟକ କାର୍ଯ୍ୟକ୍ରମ ଆଗାମୀ ୧୦ ଦିନ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବୈଠକରେ କହିଥିଲେ । ଏଥି ସହିତ ହିତାଧିକାରୀଙ୍କ ପଟ୍ଟାରେ ଜଙ୍ଗଲ କିସମ ଲେଖାଯାଇଥିବା ୧୩ଟି ଗ୍ରାମର ୪୭.୨୪୬ ଏକର ଜମି ଅଧିଗ୍ରହଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ରେଙ୍ଗାଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ଭୂଅର୍ଜନ ଅଧିକାରୀ ଏ ସଂପର୍କିତ ସମସ୍ତ ଦସ୍ତାବିଜ୍‌ ସହ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ଆଗାମୀ ୧୦ ଦିନ ମଧ୍ୟରେ ଏହାର ସମାଧାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ମୁଖ୍ୟ ମହା ବନସଂରକ୍ଷକ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ରେଙ୍ଗାଲି ଦକ୍ଷିଣ କେନାଲ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ଢେଙ୍କାନାଳ, ବନଖଣ୍ଡ ଅଧିକାରୀ, ଆଠଗଡ଼, ଢେଙ୍କାନାଳ ଓ କଟକ ସମେତ ରେଙ୍ଗାଲି ଦକ୍ଷିଣ କେନାଲର ନିର୍ବାହୀ ଯନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!