ନୟାଗଡ଼,(ବାଘୁଆବାର୍ତ୍ତା): ନାବାଳିକାଙ୍କ ପରିବାର ଲୋକ ଘରେ ନଥିବାର ସୁଯୋଗ ପଡିଶା ଘରର ଜଣେ ଯୁବକ ଦୁଷ୍କର୍ମ କରିବା ସହିତ ହତ୍ୟା କରିବା ପାଇଁ ଫିନାଇଲ ପିଆଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି ବଣେଇ ଥାନାରେ । ସୂଚନାନୁସାରେ, ସୁନ୍ଦରଗଡ଼ ଜିଲ୍ଲା ବନେଇ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳରେ ଥିବା ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ତାର ସୁଯୋଗ ନେଇ ପଡିଶା ଘରର ଯୁବକ ସତ୍ୟ ସ୍ୱାଇଁ ନାବାଳିକାକୁ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ତା’ପରେ ନାବାଳିକାକୁ ହତ୍ୟା କରିବାକୁ ଯାଇ ଫିନାଇଲ ପିଆଇ ଦେଇ ଫେରାର ହୋଇଯାଇଥିଲା । ନାବାଳିକାର ବାପା ମାଆ ଯେତେବେଳେ ଘରକୁ ଆସନ୍ତି. ସେତେ ବେଳେ ନାବାଳିକା ଜଣକ ବେହୋସ ହୋଇ ପଡିଥିଲା । ତେଣୁ ବାପା ମାଆ ମେଡିକାଲକୁ ନେଇ ଚିକିତ୍ସା କରି ଆଣିବା ପରେ ନାବାଳିକା ଜଣକ ବାପା ମାଆ ସମ୍ମୁଖରେ ଘଟିଥିବା ଘଟଣା କହିଥିଲା । ନାବାଳିକା ଠାରୁ ସମସ୍ତ ଘଟଣା ଜାଣିବା ପରେ ବାପା ମାଆ ବଣେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ବନେଇ ପୁଲିସ ଏକ ମାମଲା ଋଜୁ କରି ଦୁଷ୍କର୍ମକାରୀକୁ ଥାନାରେ ଅଟକ ରଖୀଥିବା ସୂଚନା ମିଳିଛି ।






