ନୟାଗଡ଼,(ବାଘୁଆବାର୍ତ୍ତା): ଟାଟାଏସି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଗାଡ଼ିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଖଳିସାହି-କୋସ୍କା ରାସ୍ତାର କୋଟପୋଖରୀ ନିକଟରେ ବିଳମ୍ବିତ ରାତିରେ ଏକ ଟାଟାଏସି ନଂ(ଓଡି୦୨ଆର ୧୮୩୮) ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଗଛକୁ ଧକ୍କା ଦେଇଥିଲା । ଯାହାଫଳରେ ଚାଳକ ଜଣକ ଗୁରତର ହୋଇଥିବା ବେଳେ ସ୍ଥାନୀୟ ଲୋକ ୧୦୮ଆମ୍ବୁଲାନ୍ସରେ ଖଣ୍ଡପଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଇଥିବା ଜଣାପଡିଛି । ଟାଟାଏସିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପୁଲିସ ଖବର ପାଇ ଥାନାକୁ ଆଣିଥିବା ସୂଚନା ମିଳିଛି ।





