ନୟାଗଡ଼,(ବାଘୁଆବାର୍ତ୍ତା) : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ ଗୁରୁତର ହୋଇଥିବା ଜଣାଯାଇଛି । ନୟାଗଡ଼ ପୁରୁଣାସହରଠାରୁ ସେ ଏକ ବାଇକ ଯୋଗେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଜଣେ ବାଇକ ଚାଳକଙ୍କ ସହ ତାଙ୍କର ଧକ୍କା ହୋଇଥିଲା । ଦୁର୍ଘଟଣାରେ ଗୋକୁଳଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଗୁରୁତର ଆହାତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି ।





