ନୟାଗଡ଼, (ବାଘୂଆବାର୍ତ୍ତା): ସ୍ୱାମୀ ଦୁଷ୍କର୍ମ କରିବା ପାଇଁ ସ୍ତ୍ରୀ ସାଜିଥିଲା ସହାୟତା । ନାବାଳିକାକୁ ଡାକି ଆଣି ଘର ଭିତରେ ସ୍ୱାମୀ ଦୁଷ୍କର୍ମ କରୁଥିବା ବେଳେ ସ୍ତ୍ରୀ ଜଣକ ଘରର ଜଗୁଆଳୀ ପାଲଟିଥିଲା । ଏହି ଘଟଣା ଜଣା ପଡିବା ପରେ ଏହି ମାମଲା ଆଜି ପିଡିତାର ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ରାମପୁରର ଗଞ୍ଜ କୋତବାଲି ଗାଁର ୟମନ୍ ଖାଁ ଏବଂ ତାଙ୍କ ପତ୍ନୀ ରୁମାନା ବେଗମ ରହୁଥିଲେ । ୟମନଙ୍କ ପଡୋଶୀ ଘରର ନାବାଳିକାକୁ ତାଙ୍କ ସ୍ତ୍ରୀ ରୁମାନା ବେଗମ୍ ଡାକିଥିଲେ । ଉକ୍ତ ନାବାଳିକା ଜଣକ ଆସିବା ପରେ କିଛି ସମୟ ଭଲ କଥାବାର୍ତ୍ତା କରି ରୁମାନାଙ୍କ ସ୍ୱାମୀ ଥିବା କଠୋରୀରେ ଛାଡି ଦେଇ କବାଟ ଦେଇ ଦ୍ୱାରା ଯଗିଥିଲେ । ତେବେ ନାବାଳିକା ଜଣକ ଯେତେ ଡାକିଥିଲେ ମଧ୍ୟ ରୁମାନା କବାଟ ଫିଟାଇ ନଥିଲେ । ଶେଷରେ କାମୁକ ସ୍ୱାମୀ ନାବାଳିକା ସହିତ ଦୁଷ୍କର୍ମ କରି ନାବାଳିକାକୁ ଉକ୍ତ ସ୍ୱାମୀ ସ୍ତ୍ରୀ ଜୀବନରୁ ମାରି ଦେବାକୁ ଧମକ୍ ଦେଇଥିଲେ । ପିଡିତା ନାବାଳିକା ଜଣକ ଘରକୁ ଆସି ବାପା ମାଆଙ୍କ କହିବାରୁ ପିଡିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ପୁଲିସ୍ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ୍ କରିଥିବା ଜଣାପଡିଛି ।






