ନୟାଗଡ଼, (ବାଘୂଆବାର୍ତ୍ତା): ଗାଇ ଗୁହାଳ କରାଇ ଦେବା କହି ନେଉଥିଲା ଲାଞ୍ଚ । ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡିଲେ ଜିଆରଏସ୍ । ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାନ୍ତେଶୀର ପଞ୍ଚାୟତର ଅଧିନରେ ଥିବା କୁର୍ଲୁପଡାର ବିଜୟ କୁମାର ସାହୁଙ୍କ ନାମରେ ଗାଇ ଗୁହାଳ ବିୁଲ୍ ପାସ୍ କରିବା କହି ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ଆଜି ଗାଇ ଗୁହାଳର ହିତାଧିକାରୀ ବିଜୟ କୁମାର ସାହୁ ଠାରୁ ଜିଆରଏସ ୫ହଜାର ଲାଞ୍ଚ ନେଉଥିବା ବେଳେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଚଢଉ କରିଥିଲା । ଜିଆରଏସ ଜୟଚନ୍ଦ୍ର ଜାଲଙ୍କ ଠାରୁ ୫ହଜାର ଟଙ୍କା ଜବତ କରିବା ସହିତ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ନେଇ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦ ସୂଚନା ଦେଇଛନ୍ତି ।






